ଉପରକୁ ଶାନ୍ତ କିନ୍ତୁ ଭିତରେ ଭିତରେ କୁହୁଳୁଛି କି ଜମ୍ମୁ-କଶ୍ମୀର ?

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଉପରକୁ ସ୍ଥିତି ଶାନ୍ତ ଦେଖାଯାଉଥିଲେ ବି ଭିତରେ ଭିତରେ ଜନ ଅସନ୍ତୋଷ ଓ ରାଜନୈତିକ ଉଷ୍ଣତା ଥିବା ଅନୁମାନ କରାଯାଉଛି। ଗୃହବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କୁ ଗତକାଲି ଗିରଫ କରାଯାଇଛି। ଶ୍ରୀନଗର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବାରୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ଅଧିକ ଫୋର୍ସ ପଠାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ କେନ୍ଦ୍ର ଗୁରୁତ୍ୱ ଦେଉଛି।

ଜମ୍ମୁ ଓ କଶ୍ମୀରରେ ପ୍ରାୟ ୪୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ଆହୁରି ୮ ହଜାର ଫୋର୍ସ ସେଠାକୁ ପଠାଯାଇଛି। ଜମ୍ମୁ ଓ କଶ୍ମୀରରେ ଗତରାତିରେ ମଧ୍ୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ରାତିରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରିବା ସହ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇଥିଲା। ସେପଟେ ଜମ୍ମୁ ଓ କାଶ୍ମୀରରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଆଦି ବନ୍ଦ ରହିଛି।

ପ୍ରଶାସନ ପକ୍ଷରୁ ସ୍କୁଲ୍ କଲେଜ ବନ୍ଦ ରଖାଯାଇଥିବା ବେଳେ ଯାନବାହାନ, ଦୋକାନବଜାର, ପେଟ୍ରୋଲ୍ ପମ୍ପ ସବୁ ଠପ୍ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅନ୍ୟପଟେ ଘରକୁ ଫେରିବା ପାଇଁ ଜମ୍ମୁ ରେଳ ଷ୍ଟେସନରେ ଅପେକ୍ଷା କରିଥିବା ପର୍ଯ୍ୟଟକମାନେ ମଧ୍ୟ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ସୁନା କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଗିପାରେ ଏମିତି ଝଟ୍‌କା

ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

କଂଗ୍ରେସ ପାଇଁ ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ଦରକାର: ଶଶି ଥରୁର

ବଢ଼ିପାରେ ତମାଖୁ ସେବନର ବୟସ ସୀମା

ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

You might also like