ପଞ୍ଚଭୂତରେ ଲୀନ ହେଲେ ଅଭିନେତା ସୁଶାନ୍ତ ସିଂ

ମୁମ୍ୱାଇ: ପଞ୍ଚଭୂତରେ ଲୀନ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ତାଙ୍କ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା।

ବଲିଉଡର ଅନେକ କଳାକାର ମେଡିକାଲରେ ପହଞ୍ଚି ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ  ସୁଶାନ୍ତଙ୍କ ଶରୀରକୁ ଶୋଭାଯାତ୍ରାରେ ଭିର୍ଲେପାର୍ଲେସ୍ଥିତ ଶ୍ମଶାନଘାଟକୁ ନିଆଯାଇଥିଲା।

ସେଠାରେ ଅନେକ ବଲିଉଡ୍ କଳାକାର, ପ୍ରଶଂସକ ଓ ତାଙ୍କ ପରିବାର ଲୋକ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ଅନ୍ତିମ ସଂସ୍କାରରେ ଶ୍ରଦ୍ଧା କାପୁର, ବିବେକ ଓବରୟ ଉପସ୍ଥିତ ଥିଲେ। ଝିପି ଝିପି ବର୍ଷା ସତ୍ତ୍ୱେ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ଅନେକ ପ୍ରଶଂସକଙ୍କ ଭିଡ ଜମିଥିଲା।

You might also like