ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସୋମବାର ଅର୍ଥାତ୍‌ ନଭେମ୍ବର ୩୦ରେ ଲାଗିବ। ଚଳିତ ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ଉପଛାୟା ଗ୍ରହଣ ହେବ। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୦, ଜୁନ୍ ୫ ଓ ଜୁଲାଇ ୫ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା।

ଚଳିତ ବର୍ଷର ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍‌ ବୋଲି କୁହାଯାଉଛି। କାହିଁକି ନା ଯେଉଁ ଦିନ ଏଇ ଚନ୍ଦ୍ର ଗ୍ରହଣ ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଛି। ତେଣୁ ଏହାକୁ ଖାସ୍‌ ବୋଲି କୁହାଯାଉଛି।

ଗ୍ରହଣ ଆରମ୍ଭ ସମୟ: ନଭେମ୍ବର ୩୦ ଅପରାହ୍ଣ ୧ଟା ୪ମିନିଟ୍‌

ଗ୍ରହଣ ମଧ୍ୟକାଳ: ନଭେମ୍ବର ୩୦ ଅପରାହ୍ଣ ୩ଟା ୧୩ମିନିଟ୍‌

ଗ୍ରହଣ ସମାପ୍ତ ସମୟ: ନଭେମ୍ବର ୩୦ ସନ୍ଧ୍ୟା ୫ଟା ୨୨ମିନିଟ୍‌

ଚନ୍ଦ୍ର ଗ୍ରହଣ ସାଧାରଣତଃ ୩ ପ୍ରକାରର ଯଥା- ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଆଂଶିକ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ର ଗ୍ରହଣ। ନଭେମ୍ବର ୩୦ରେ ହେବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ। ସୂର୍ଯ୍ୟ, ଚନ୍ଦ୍ର  ମଝିରେ ପୃଥିବୀ ରହିବ କିନ୍ତୁ ଗୋଟିଏ ରେଖାରେ ନ ରହିଲେ ସେହି ଚନ୍ଦ୍ର ଗ୍ରହଣକୁ ଉପଛାୟା ଗ୍ରହଣ କୁହାଯାଏ।

You might also like