ଦେଶରେ କମିଲା ସଂକ୍ରମଣ: ଦୀର୍ଘଦିନ ପରେ ୩ ଲକ୍ଷ ତଳକୁ ଖସିଲା ସଂକ୍ରମଣର ଟ୍ରେଣ୍ଡ୍‌

କମିଲା ସଂକ୍ରମଣ

  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଲା
  • ଆଜି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ
  • ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩କୁ ବୃଦ୍ଧି
  • ୪୧୦୬ ସଂକ୍ରମିତ ଗଲା ଜୀବନ
ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଦେଶରେ କମିଛି ସଂକ୍ରମଣ। ଆଜି ୩ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା।  ୨୪ ଘଂଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩କୁ ବୃଦ୍ଧି ପାଇଛି। ଏହାସହ ଆଜି ଦେଶରେ ୪୧୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ସାରା ଦେଶରେ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୪,୩୯୦କୁ ବୃଦ୍ଧି ପାଇଛି।
You might also like