ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୭୪୧ କରୋନା ଆକ୍ରାନ୍ତଙ୍କ ଗଲା ପ୍ରାଣ

ଦେଶରେ କମୁଛି ସଂକ୍ରମଣ

  • ଆଜି ୩୭୪୧ ଆକ୍ରାନ୍ତଙ୍କ ମୃତ୍ୟୁ
  • ଦେଶରେ ଦିନକରେ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି
  • ଭାରତରେ ୨ ଲକ୍ଷ ୪୦ ହଜାର ୮୪୨ ସଂକ୍ରମିତ ଚିହ୍ନଟ
  • ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨କୁ ବୃଦ୍ଧି
  • ସୁସ୍ଥ ହେଲେଣି ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ଆକ୍ରାନ୍ତ
  • ଏବେ ୨୮ ଲକ୍ଷ ୫ ହଜାର ୩୯୯ ଆକ୍ରାନ୍ତ ଚିକିତ୍ସାଧୀନ
ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ଆଜି ମୋଟ୍‌ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ଦେଶରେ ମୋଟ୍‌ ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ଆକ୍ରାନ୍ତ ସୁସ୍ଥ ହେଲେଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ୨୮ ଲକ୍ଷ ୫ ହଜାର ୩୯୯ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ବୋଲି ସୂଚନା ମିଳିଛି।
You might also like