• ଦେଶରେ ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩କୁ ବୃଦ୍ଧି ପାଇଲା
  • ଆଜି ଦେଶରେ ୫୮ ହଜାର ୪୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି
  • ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫କୁ ବୃଦ୍ଧି
  • ଆକ୍ଟିଭ୍ କେସ- ୭,୨୯,୨୪୩; ସୁସ୍ଥ- ୨,୮୭,୬୬,୦୦୯
  • ଏଯାବତ୍ ୨୭ କୋଟି ୬୬ ଲକ୍ଷ ୯୩ ହଜାର ୫୭୨ ଡୋଜ୍ ଟିକାକରଣ

ନୂଆଦିଲ୍ଲୀ: ଧୀରେ ଧୀରେ ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩କୁ ବୃଦ୍ଧି ପାଇଛି। ସେପଟେ, ଆଜି ଦେଶରେ ୫୮ ହଜାର ୪୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ୍‌ ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୭,୨୯,୨୪୩ ରହିଥିବା ବେଳେ ସୁସ୍ଥ ହେଲେଣି ୨,୮୭,୬୬,୦୦୯ ଜଣ। କେବଳ ଏତିକି ନୁହେଁ ବରଂ ଦେଶରେ ବର୍ତ୍ତମାନ ସୁଦ୍ଧା ୨୭ କୋଟି ୬୬ ଲକ୍ଷ ୯୩ ହଜାର ୫୭୨ ଡୋଜ୍ ଟିକାକରଣ କରାଗଲାଣି।

ଏପଟେ, ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଆତଙ୍କ ରଚୁଛି କରୋନାର ଡେଲଟା ଭାରିଏଣ୍ଟ୍ । ମଣିପୁର ଓ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହାଇଦ୍ରାବାଦରେ ପରୀକ୍ଷା ହୋଇଥିବା ମଣିପୁରର ୨୦ ଟି ମାମଲା ମଧ୍ୟରୁ ୧୮ ଟି ଡେଲଟା ଭାରିଆଣ୍ଟ ବୋଲି ଜଣାପଡିଛି। ସେହିପରି ମିଜୋରାମର ଆଇଜଲ ଜିଲ୍ଲାରେ କରୋନାର ଡେଲଟା ଭାରିଏଣ୍ଟରେ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଲୋକମାନଙ୍କର ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଜେନୋମିକ୍ସକୁ ପଠାଯାଇଥିଲା । କୋଭିଡର ଏହି ଷ୍ଟ୍ରେନ୍ ବହୁତ ସଂକ୍ରାମକ ଅଟେ ।

ସେପଟେ, ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଦେଶରେ ତୃତୀୟ ଲହରୀ ଆତଙ୍କ । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ସମୟ ପୂର୍ବରୁ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Other Stories