ଦେଶରେ ସଂକ୍ରମଣ କମୁଛି: ସେପଟେ, ଦିନକରେ ୨,୭୯୫ ମୃତ

୨୪ ଘଣ୍ଟାରେ ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ

  • ଦିନକରେ ୨,୭୯୫ ମୃତ
  • ଦେଶରେ ୨୪ ଘଣ୍ଟାରେ ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ
  • ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫କୁ ବୃଦ୍ଧି
  • ଆଜି ଆଉ ୧ ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୧ ଲକ୍ଷ ୭୫ ହଜାର ୦୪୪କୁ ବୃଦ୍ଧି
  • ଆକ୍ଟିଭ୍‌ କେସ୍- ୧୮,୯୫,୫୨୦; ସୁସ୍ଥ ହେଲେଣି ୨,୫୯,୪୭,୬୨୯
  • ଏଯାବତ୍ ମୋଟ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଡୋଜ୍ ହେଲାଣି ଟିକାକରଣ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଦେଶରେ ୨୪ ଘଣ୍ଟାରେ ପୁଣି ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫କୁ ବୃଦ୍ଧି ପାଇଛି। ଦେଶରେ ଆଜି ଆଉ ୧ ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୧ ଲକ୍ଷ ୭୫ ହଜାର ୪୪କୁ ବୃଦ୍ଧି ପାଇଛି। ଦେଶରେ ୧୮ ଲକ୍ଷ ୯୫ ହଜାର ୫୨୦ ଆକ୍ଟିଭ୍‌ କେସ୍ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ଜଣ। ଏଯାବତ୍ ମୋଟ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଡୋଜ୍ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like