ଷ୍ଟିଲ୍ ପ୍ଳାଣ୍ଟରେ ବଡ଼ ଧରଣର ଅଘଟଣ

ବିଶାଖାପାଟଣା ଷ୍ଟିଲ୍ ପ୍ଳାଣ୍ଟରେ ବଡ଼ ଧରଣର ଅଘଟଣ

ବିଶାଖାପାଟଣା: ବିଶାଖାପାଟଣା ଷ୍ଟିଲ୍ ପ୍ଳାଣ୍ଟରେ ବଡ଼ ଧରଣର ଅଘଟଣ। ଷ୍ଟିଲ ପ୍ଳାଣ୍ଟର SMS-2 ବିଭାଗରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ୨୦ ଟନ୍ ତରଳ ପଦାର୍ଥ ନେଉଥିବା ବେଳେ କ୍ରେନ୍ ତାର ଛିଡ଼ି ଥିବାରୁ ଦୁର୍ଘଟଣା ଘଟିଛି। ସେହି ତରଳ ପଦାର୍ଥ ପଡ଼ିବା ପରେ ପ୍ଲାଣ୍ଟ ପରିସରରେ ନିଆଁ ଲାଗି ଯାଇଥିଲା।

ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତର ଆହତଙ୍କ ମଧ୍ୟରେ ୨ ଜଣ ଷ୍ଟିଲ ପ୍ଳାଣ୍ଟ କର୍ମଚାରୀ ଏବଂ ୮ ଜଣ କଣ୍ଟ୍ରାକ୍ଟର ଅଛନ୍ତି। ଦୁର୍ଘଟଣାରେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

You might also like