ପୁଣି ଜେଲ ଯିବେ ଲାଲୁ

ଜାମିନ ଅାବେଦନ ଖାରଜ

ପାଟନା : ପୁଣି ଜେଲ ଯିବେ ଅାରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଅାବେଦନକୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଅଗଷ୍ଟ ୩୦ସୁଦ୍ଧା ରାଞ୍ଚିର ଜେଲ ଅଧିକାରୀଙ୍କ ନିକଟରେ ଅାତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଲାଲୁଙ୍କ ଜାମିନ ଅବଧିକୁ ଦୁଇଥର ବୃଦ୍ଧି କରାଯାଇଥିଲା। ଲାଲୁ ଯାଦବ ନିୟମିତ ଜାମିନ ସହ ଅାଉ ତିନିମାସ ଅତିରିକ୍ତ ସମୟ ଜାମିନ ପାଇଁ କୋର୍ଟରେ ଅାବେଦନ କରିଥିଲେ। ଲାଲୁ ଯାଦବ ଏବେ ମୁମ୍ବାଇର ଏସିଅାନ୍ ହାର୍ଟ ଇନଷ୍ଟିଟ୍ୟୁଟ୍‌ରେ ଚିକିତ୍ସିତ ହେଉଛନ୍ତି।

You might also like