ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲିଠାରୁ DBS ଇଣ୍ଡିଆ ବ୍ୟାଙ୍କ ଭାବେ ଖୋଲିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଶାଖା । ଏହା ସହିତ ଗ୍ରାହକଙ୍କ ଆକାଉଣ୍ଟ ଚାଲୁ ହେବ ।  ଗ୍ରାହକମାନେ ଟଙ୍କା ଉଠାଇ ପାରିବେ । ଟଙ୍କା ଉଠାଣ ପାଇଁ ଯେଉଁ କଟକଣା ଥିଲା, ତାହା ପ୍ରତ୍ୟାହାର ହୋଇଯିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ତା’ର ଗ୍ରାହକଙ୍କୁ ଆଗ ପରି ସେବା ଯୋଗାଇ ଦେବ।  DBS ବ୍ୟାଙ୍କ ସବୁ ପ୍ରକାର ବ୍ୟବସ୍ଥା କରୁଥିବା କୁହାଯାଇଛି । DBS ବ୍ୟାଙ୍କ ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ।

ମିଶ୍ରଣ ପ୍ରକ୍ରିୟାରେ DBS ଇଣ୍ଡିଆ ବ୍ୟାଙ୍କ ୨ ହଜାର ୫ ଶହ କୋଟି ଟଙ୍କ ନୂଆ କରି ବିନିଯୋଗ କରିବ। ଉଭୟ ବ୍ୟାଙ୍କର ମିିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଂଜୁର କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ପ୍ରକାଶ ଜାଭଡ଼େକର । ଅଧିକ ଋଣ ଯୋଗୁଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ ଗ୍ରାହକଙ୍କ ସ୍ୱାର୍ଥକୁ ଦେଖି ଏହାକୁ DBS ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ କେନ୍ଦ୍ର ସରକାରକୁ ସୁପାରିଶ କରିଥିଲା । ଆରବିଆଇ ଟଙ୍କା ଉଠାଣ ଉପରେ ମଧ୍ୟ କଟକଣା ଲଗାଇଥିଲେ। ଜଣେ ଗ୍ରାହକ ମାସକୁ କେବଳ ୨୫ ହଜାର ଟଙ୍କା ଉଠାଇ ପାରିବ ବୋଲି କୁହାଯାଇଥିଲା । ଏହା ପରେ ଜମା ଟଙ୍କା ଫେରି ପାଇବା ନେଇ ଗ୍ରାହକମାନଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା।

You might also like