ସୁନିତା ଯାଦବ କହିଲେ, ମୋତେ କେହି ଡରାଇ ପାରିବେ ନାହିଁ, ମୁଁ କାହା ବାପାକୁ ଡରିନି

ଗାନ୍ଧିନଗର: ମୋତେ କେହି ଡରାଇ ପାରିବେ ନାହିଁ। ମୁଁ କାହା ବାପାକୁ ଡରିନି। ଏହା କହିଛନ୍ତି ସୁନିତା ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍‌ର ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ପୋଲିସର ଲୋକ ରକ୍ଷକ ଅଧିକାରୀ ସୁନୀତା ଯାଦବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର ମାତ୍ର ୧୦ ପ୍ରତିଶତ ସାମ୍ନାକୁ ଆସିଛି। ଆହୁରି ୯୦ ପ୍ରତିଶତ ଆସିବା ବାକି ଅଛି।

ଘଟଣା ସମ୍ପର୍କରେ ସୁନୀତା କହିଛନ୍ତି ଯେ ସେଦିନ ତାଙ୍କ ପାଖରେ କ୍ଷମତା ନଥିଲା। ନହେଲେ ସେ ମନ୍ତ୍ରୀଙ୍କ ପୁଅକୁ ସେହିଠାରେ ହିଁ ମାଡିବସିଥାନ୍ତେ। ତାଙ୍କ ଇସ୍ତଫା ଦେବାର ଏହା ଅନ୍ୟତମ କାରଣ ବୋଲି ସୁନୀତା କହିଛନ୍ତି। ତେଣୁ ଇସ୍ତଫା ଦେବା ପରେ ଆଇପିଏସ ପାଇଁ ପ୍ରସ୍ତୁତି କରିବେ ବୋଲି ସୁନିତା କହିଛନ୍ତି।

ଗତ ୮ ତାରିଖ ରାତିରେ ଗୁଜରାଟର ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅ ପ୍ରକାଶଙ୍କୁ କର୍ଫ୍ୟୁ ଅମାନ୍ୟ ଅଭିଯୋଗରେ ରାସ୍ତାରେ ଅଟକାଇ ତାଗିଦ କରିଥିଲେ ସୁନୀତା। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ସୁନିତା। ଘଟଣାରେ ମନ୍ତ୍ରୀଙ୍କ ପୁଅ ଓ ତାଙ୍କର ଦୁଇ ବନ୍ଧୁଙ୍କୁ ଗିରଫ କରାଯାଇଥିବା ବେଳେ ସୁନୀତାଙ୍କୁ ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା। ଏହାପରେ ସେ ଇସ୍ତଫା ଦେଇଥିଲେ।

You might also like