ବ୍ୟାଙ୍କର କାଚ ଡୋରରେ ପିଟି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଥିରୁଅନନ୍ତପୁରମ୍‌: କେରଳର ଏର୍ଣ୍ଣାକୁଲମରେ ଘଟିଛି ଏକ ଦୁଃଖଦ ଘଟଣା।  ବ୍ୟାଙ୍କର ପ୍ରବେଶ ପଥରେ ଲାଗିଥିବା କାଚ କବାଟରେ ପିଟି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମହିଳା ଜଣଙ୍କ ଟଙ୍କା ଜମା କରିବା ଲାଗି ବ୍ୟାଙ୍କକୁ ଯାଇଥିଲେ।  ହେଲେ ତରବରରେ ସ୍କୁଟିର ଚାବି ନେବାକୁ ଭୁଲି ଯାଇଥିଲେ। ଡିପୋଜିଟ୍ ଫର୍ମ ପୂରଣବେଳେ ମହିଳାଙ୍କର ଗାଡ଼ି ଚାବି କଥା ମନେ ପଡ଼ିଯାଇଥିଲା।  ଦୌଡ଼ି ଦୌଡ଼ି ବାହାରକୁ ଆସୁଥିଲେ ଚାବି ନେବାପାଇଁ।

ହେଲେ ବ୍ୟାଙ୍କ ପ୍ରବେଶ ପଥରେ ଲାଗିଥିବା କାଚ କବାଟ ବନ୍ଦ ଥିଲେ ହେଁ ସେ ଜାଣି ପାରି ନଥିଲେ। ଦ୍ରୁତ ଗତିରେ ଆସୁଥିବାରୁ ପିଟି ହୋଇଯାଇଥିଲେ । ଫଳରେ କବାଟର କାଚ ଭାଙ୍ଗି ତାଙ୍କ ଦେହରେ ଗଳି ଯାଇଥିଲା । ତଥାପି ମହିଳା ଜଣକ ଉଠି ଠିଆ ହୋଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା 

 

You might also like