LACରେ ଚୀନର ପୁଣି ବିଶ୍ୱାସଘାତକତା; ପାଙ୍ଗୋଙ୍ଗ ଝିଲ ନିକଟରେ ସେନା ଛାଉଣୀ

ନୂଆଦିଲ୍ଲୀ:ଲାଇନ ଅଫ କଣ୍ଟ୍ରୋଲ୍‌ (LAC) ରେ ଚୀନର ପୁଣି ବିଶ୍ୱାସଘାତକତା।  LACରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ମଧ୍ୟ ଚୀନ୍‌ର ପାଙ୍ଗୋଙ୍ଗ  ଝିଲ ନିକଟରେ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଜୁଲାଇ ୧୪ ତାରିଖ ଦ୍ୱିପାକ୍ଷିକ ଅଲୋଚନା ପରେ ଚୀନ ତାର ଅତିରିକ୍ତ ସେନା ଏବଂ ବୋଟ  ପାଙ୍ଗୋଙ୍ଗ  ଝିଲ ନିକଟରେ ମୁତୟନ କରିଛି। ବିବାଦୀୟ ଇଲାକାରେ ଚୀନ୍‌ର ଏପରି  ଶକ୍ତି ପ୍ରଦର୍ଶନ ଯୋଗୁ ପୁଣି ଉତ୍ତେଜନା ବୃଦ୍ଧି ପାଇ‍ର ଆଶଙ୍କା ପ୍ରକାଶ ପାଇଛି।

ଏହି ଅଞ୍ଚଳରେ ଚୀନ୍‌ ପୁଣି ତାର ନୂଆ କ୍ୟାମ୍ପ ତିଆରି କରିବା ଆରମ୍ଭ କରି ଦେଇଛି। କୁହାଯାଉଛି, ଏହି କ୍ୟାମ୍ପରେ ଅତିରିକ୍ତ ସେନାଙ୍କୁ ନିୟୋଜିତ କରାଯିବ। ଏହାବ୍ୟତୀତ ପାଙ୍ଗୋଙ୍ଗ  ଝିଲରେ ଅଧିକ ବୋଟ ରଖିବା ପାଇଁ ଚୀନ  ଉଦ୍ୟମ ଚଳାଇଛି। ଚୀନର ଏହି ନୂଆ ଚାଲ ସାଟେଲାଇଟ୍‌ରେ ଦେଖିବାକୁ ମିଳିଛି। ସାଟେଲାଇଟ୍‌ ଇମେଜ୍‌ରେ ଦେଖିବାକୁ ମିଳିଛି, ଏହି ଝିଲ୍‌ରେ ଚୀନ ତା’ର ଶକ୍ତି ବୃଦ୍ଧି କରି ଚାଲିଛି।

୨୯ ଜୁଲାଇରେ ସାଟେଲାଇଟ ଇମେଜକୁ ଅତି ନିକଟରୁ ଦେଖିବା ପରେ ଚୀନ୍‌ର ଏହି ଚାଲ ଧରାପଡ଼ିଛି। ଏଥିରେ ଦେଖିବାକୁ ମିଳିଛି, ଚୀନ୍‌ ସେନା ପିପୁଲ୍‌ସ ଲିବରେଶନ ଆର୍ମି(ପିଏଲଏ)ର ନୌସେନା ଫିଙ୍ଗର-୫ ଏବଂ ଫିଙ୍ଗର-୬ ନିକଟରେ ଡେରା ପକାଇଛନ୍ତି। ସେହିପରି ଫିଙ୍ଗର ୫ରେ ପିଏଲ୍‌ଏର ୩ଟି ବୋଟ ଏବଂ ଫିଙ୍ଗର-୬ରେ ପିଏଲ୍‌ର ୧୦ଟି ବୋଟ ଦେଖିବାକୁ ମିଳିଛି। ପ୍ରତି ବୋଟିରେ ୧୦ ଜଣ ଲେଖାଏ ସୈନ୍ୟ ମୁତୟନ ଅଛନ୍ତି। ଅର୍ଥାତ୍‌ ଫିଙ୍ଗର-୪ର ଖୁବ୍‌ ନିକଟରେ ଚୀନ ପ୍ରାୟ ୧୩୦ ସୈନ୍ୟ ମୁତୟନ  କରିଛି।

 

You might also like