ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ସମସ୍ତେ ଘରେ ରହି ବନ୍ଦୀ ଜୀବନ ବିତାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ । ଲକ୍ଷ ଲକ୍ଷ ଶ୍ରମିକ ଘରେ ଅଟକି ରହିଛନ୍ତି। ଏହି ସମୟରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଓ ବଳିଦାନକୁ ଅଭିବାଦନ ଜଣାଇ ଦେଶ ଶ୍ରମିକ ଦିବସ ପାଳନ କରୁଛି।

ଶୁକ୍ରବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା, ଅନ୍ୟମାନଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଶ୍ରମିକମାନଙ୍କୁ ଅଭିବାଦନ ଜଣାଇ ଶ୍ରମିକ ଦିବସକୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌କରି  କହିଛନ୍ତି, ‘ଶ୍ରମ ଦିବସ ଅବସରରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଆମର ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ଦିନରେ ଆମର କୋଟି କୋଟି ଶ୍ରମିକ ଭାଇ ଓ ଭଉଣୀଙ୍କ କଠିନ ପରିଶ୍ରମ ଓ ବଳିଦାନକୁ ସମ୍ମାନିତ କରିବା ପାଇଁ ଉତ୍ସର୍ଗୀକୃତ। ସେମାନେ ସମୃଦ୍ଧ ଭାରତ ପାଇଁ ମୂଳଦୁଆ ତିଆରି କରୁଛନ୍ତି।  ପ୍ରକୃତ ଅର୍ଥରେ ସେମାନେ ଆମର ରାଷ୍ଟ୍ର ନିର୍ମାତା ଅଟନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ଟ୍ୱିଟ୍‌ରେ କହିଛନ୍ତି, “ବିଶ୍ୱ ଶ୍ରମ ଦିବସ ଅବସରରେ” ମୁଁ ଭାରତର ପ୍ରଗତି ଏବଂ ସମୃଦ୍ଧିରେ ଏକ ଅନନ୍ୟ ଭୂମିକା ଗ୍ରହଣ କରୁଥିବା ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ନମସ୍କାର କରୁଛି। ‘ଶ୍ରମେବ ଜୟତେ’ର ମନ୍ତ୍ର ସହିତ ମୋଦି ସରକାର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଭାରତକୁ ବିଶ୍ୱରେ ଅଗ୍ରଣୀ କରାଉଥିବା ଶ୍ରମିକମାନଙ୍କ କଲ୍ୟାଣ ପାଇଁ ନିରନ୍ତର ପ୍ରତିବଦ୍ଧ।

୧୩୦ ବର୍ଷରୁ ଅଧିକ ସମୟ ଧରି ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି।  ଯାହା ଏକ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା, ତା’ପରେ ଆମେରିକାର ଶ୍ରମିକମାନେ ଆଠ ଘଣ୍ଟା ପାଇଁ କାର୍ଯ୍ୟ ସମୟସୀମା ସ୍ଥିର କରିବାକୁ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ।  ଦୀର୍ଘ ସମୟ ପରେ, ମେ’୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like