ଆରମ୍ଭ ହେଲା କୁମ୍ଭମେଳାର ପ୍ରଥମ ସାହିସ୍ନାନ: ଗଙ୍ଗାରେ ବୁଡ଼ ପକାଇଲେ ୨୨ ଲକ୍ଷ ଶ୍ରଦ୍ଧାଳୁ

ସ୍ୱାନ କଲେ ୨୨ ଲକ୍ଷ ଭକ୍ତ

ହରିଦ୍ୱାର: ମହାଶିବରାତ୍ରୀ ଅବସରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭମେଳାର ପ୍ରଥମ ସାହିସ୍ନାନ। ଦୀର୍ଘ ୧୧ ବର୍ଷ ପରେ ସାହିସ୍ନାନ ଯୋଗ ଥିବାରୁ ପ୍ରାୟ ୨୨ ଲକ୍ଷ ଶ୍ରଦ୍ଧାଳୁ ହରିଦ୍ୱାର ଗଙ୍ଗା ଘାଟରେ ବୁଡ଼ ପକାଇଛନ୍ତି। ସକାଳ ୮ଟାରୁ ସା ୫ଟା ଯାଏଁ ଆଖଡ଼ା ସାଧୁ ଏବଂ ୮ଟା ପୂର୍ବରୁ ଓ ୫ଟା ପରେ ସାଧାରଣ ଲୋକେ ପୌରୀ ଘାଟରେ ବୁଡ଼ ପକାଇଛନ୍ତି। ହର କି ପୌରୀ ଘାଟରେ ଗଙ୍ଗା ଆଳତି କରିବା ସହ ସାଧୁମାନେ ସାହି ସ୍ନାନ କରିଥିଲେ।

ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଏହି ପବିତ୍ର ସ୍ନାନ କରିବାକୁ ଆସିଛନ୍ତି। କରୋନା କାଳରେ ଏଥର କୁମ୍ଭମେଳା ହେଉଥିବାରୁ ରାଜ୍ୟ ସରକାର ଏହାକୁ ୩୦ ଦିନକୁ କାଣ୍ଟଛାଣ୍ଟ କରିଛନ୍ତି। ହରିଦ୍ୱାରରେ ପହଞ୍ଚିବା ପୂର୍ବରୁ କୋଭିଡ୍ ନେଗେଟିଭ ରିପୋର୍ଟକୁ କଡ଼ାକଡ଼ି କରାଯାଇଛି। ଏହାଛଡ଼ା ସାମାଜିକ ଦୂରତା ଓ ମାସ୍କକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଚଳିତ ଥର କୌଣସି ବି ବିଦେଶ ପର୍ଯ୍ୟଟକଙ୍କୁ ହରିଦ୍ୱାର ଆସିବାକୁ ଅନୁମତି ମିଳିନି। ଏପେଟେ ସୁରକ୍ଷା ଲାଗି ଏଥର ୧୫ ହଜାର ଫୋର୍ସ ମୁତୟନ ସହ ସିସିଟିଭି ଓ ଡ୍ରୋନ୍ କ୍ୟାମେରା ନିୟୋଜନ କରାଯାଇଛି।

You might also like