କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ଯନ୍ତ୍ରଣାଦାୟକ’

ବେଙ୍ଗାଲୁରୁ: ‘ମେଣ୍ଟ ସରକାର ଚଳାଇବା କେତେ ଯନ୍ତ୍ରଣାଦାୟକ ତାହା ମୁଁ ହିଁ ଜାଣିଛି। ଏହି ଯନ୍ତ୍ରଣା ବିଷଜ୍ୱାଳାଠାରୁ ବି ଅଧିକ’ । ଏ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ। ସେ ଆହୁରି କହିଛନ୍ତି, ଭଗବାନ ତାଙ୍କୁ ଏଥିପାଇଁ ଶକ୍ତି ଦେଇଛନ୍ତି। ମେଣ୍ଟ ସରକାରରେ ଆଉ କେତେଦିନ ରହିବେ, ସେନେଇ ସେ ଚିନ୍ତା କରୁଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଆଖି ଛଳଛଳ କରି ଏଭଳି କହିଛନ୍ତି କୁମାରସ୍ୱାମୀ।

ଆପଣମାନେ ମୋତେ ସ୍ୱାଗତ କରିବା ପାଇଁ ଖୁସିରେ ଠିଆହୋଇଛନ୍ତି। ହେଲେ ମୁଁ କିନ୍ତୁ ଖୁସି ନୁହେଁ, ଏ ସରକାର ଚଳାଇବା କେତେ କଷ୍ଟ ମୁଁ ହିଁ କେବଳ ବୁଝିପାରୁଛି ବୋଲି ସେ କହିଛନ୍ତି।

ଏପଟେ ଜେଡିଏସ୍‌ ସୁପ୍ରିମୋ ତଥା କୁମାରସ୍ୱାମୀଙ୍କ ବାପା ଦେବେଗୌଡ଼ା ମଧ୍ୟ କହିଛନ୍ତି, ବିଶ୍ରାମ ନନେଇ ଦିନକୁ ୧୮ଘଣ୍ଟା କାମ କରୁଛନ୍ତି କୁମାରସ୍ୱାମୀ। ତେଣୁ ସେ ଏଥିପାଇଁ ଚିନ୍ତିତ। ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ସରକାରରେ ବର୍ତ୍ତମାନ ଏଚ୍‌.ଡି. କୁମାରସ୍ୱାମୀ ହେଉଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ।

You might also like