ସୁଟ୍ ଆଉଟ୍ ଥିୟୋରୀକୁ ନେଇ ପ୍ରତିକ୍ରିୟା ରଖିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: ସୁଟ୍ ଆଉଟ୍ ଥିୟୋରୀକୁ ନେଇ ଜୋରଦାର ବିରୋଧ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। କର୍ମୀଙ୍କ ମୃତ୍ୟୁକୁ ନେଇ ଭାବବିହ୍ୱଳ ହୋଇ ସେ ଏପରି କହିଥିବା ସ୍ପଷ୍ଟ କରିଛନ୍ତି। ଏକ ସ୍ୱାଭାବିକ ପ୍ରକ୍ରିୟାରେ ସେ ନିଜ ସହଯୋଗୀ ସହ ଏହି କଥାବାର୍ତ୍ତା ହୋଇଥିବା କହିଛନ୍ତି। ଅଯଥାରେ ଏହାକୁ ବିବାଦୀୟ କରାଯାଉଥିବା କହିଛନ୍ତି କୁମାରସ୍ୱାମୀ।

ସେପଟେ ଆଜି ବି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଗତକାଲି ଦଳୀୟ କର୍ମୀଙ୍କ ହତ୍ୟା ଘଟଣାକୁ ନେଇ ଫୋନ୍‌ରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସୁଟ୍ ଆଉଟ୍ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଦିନ ତଳେ କର୍ଣ୍ଣାଟକ ମଣ୍ଡୟାରେ ଜେଡିଏସ୍ କର୍ମୀ ପ୍ରକାଶକୁ ଦୁଇ ଜଣ ଦୁବୃର୍ତ୍ତ ବିଚ୍ ରାସ୍ତା ଉପରେ ହତ୍ୟା କରିଥିଲେ। ଯାହାକୁ ନେଇ ଫୋନ୍ କଲ୍‌ରେ ଏପରି କହିଥିଲେ ମୁଖ୍ୟମନ୍ତ୍ରୀ। ତେବେ ସେ କାହାକୁ ଏହି ସୁଟ୍ ଆଉଟ୍ ନିର୍ଦ୍ଦେଶ ଦେଇଥିଲେ। ସେ ସମ୍ପର୍କରେ ଏବେ ସୁଦ୍ଧା ସ୍ପଷ୍ଟ ହୋଇନି।

You might also like