ଆତ୍ମସମର୍ପଣ ନ କରିବାରୁ ୨ ଆତଙ୍କୀଙ୍କୁ ଗୁଳି କରି ଦେଲେ ସୁରକ୍ଷାକର୍ମୀ
କୁଲଗାମ:ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି।
ଆତଙ୍କବାଦୀମାନେ ୱାମପୋରାରେ ଲୁଚି ରହିଥିଲେ। ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଦୁଇ ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ଶୁଣି ନ ଥିଲେ। ଶେଷରେ ସୁରକ୍ଷାକର୍ମୀ ଉଭୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ନିହତ ଆତଙ୍କୀ ଦ୍ୱୟ ଲସ୍କର-ଏ-ତୋଏବାର ବୋଲି କୁହାଯାଉଥିଲେ ହେଁ ସେନାପକ୍ଷରୁ ସେମାନେ ହିଜବୁଲ୍ ସଦସ୍ୟ ବୋଲି କୁହାଯାଉଛି।
ସୂଚନାଥାଉ କି, ସୋମବାର କୁଲଗାମ ଜିଲ୍ଲାର ଦମହାଲ ହାଞ୍ଜିପୋରା ଏରିଆରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିଲେ।