କୁଳଭୂଷଣ ଯାଦବଙ୍କୁ ମିଛ କହିବା ପାଇଁ ବାଧ୍ୟ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବେ ପାକିସ୍ତାନ ଜେଲରେ ରହିଛନ୍ତି। ତେବେ ପାକିସ୍ତାନ ସେନା, ପୁଲିସ୍‌ ଏବଂ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି କି ତାଙ୍କୁ ନିର୍ଯାତନା ଦିଆଯାଉ ଥିବାରୁ ସେ ଅତ୍ୟଧିକ ଚାପରେ ରହିଛନ୍ତି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଯୋଗାଇ ଦେଇଥିଲା। ଆଜି ପାକିସ୍ତାନରେ ଅବସ୍ଥାପିତ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍‌ଲାମାବାଦର ସବ୍‌ ଜେଲ୍‌ରେ କୁଳଭୂଷଣଙ୍କୁ ସାକ୍ଷାତ କରିଥିଲେ। ଦୀର୍ଘ ୨ ଘଣ୍ଟା ୨୫ ମିନିଟ୍‌ ଧରି ସେ କୁଳଭୂଷଣଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲା।

ଏହି ବୈଠକ ବେଳେ ଜଣେ ପାକିସ୍ତାନୀ ଅଧିକାରୀ ଥିବାରୁ କୁଳଭୂଷଣ ଖୋଲାଖୋଲି ଭାବରେ କିଛି କହିପାରିନାହାନ୍ତି। ତଥାପି ସେ ଅତିରିକ୍ତ ଚାପରେ ଥିବା ସ୍ପଷ୍ଟ ଜଣାପଡ଼ିଛି। ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।

ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି,“ଡେପୁଟି କମିଶନରଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। କିନ୍ତୁ ବୈଠକରୁ କୁଳଭୂଷଣ ଅତ୍ୟଧିକ ଚାପରେ ରହିଥିବା ଜଣାପଡ଼ିଛି। ପାକିସ୍ତାନ ଯେଉଁ ମିଛ କହୁଛି, ସେଗୁଡ଼ିକ ସବୁ ସତ ବୋଲି କୁଳଭୂଷଣ କୁହନ୍ତୁ ବୋଲି ତାଙ୍କ ଉପରେ ଚାପ ପକା ଯାଉଛି।

ଏପରି କି ତାଙ୍କୁ ନିର୍ଯାତନା ଦିଆଯାଉଥିବା ମଧ୍ୟ ଆମେ ଆଶଙ୍କା କରୁଛି। ପାକିସ୍ତାନ ନିଜ ସପକ୍ଷରେ କୁଳଭୂଷଣଙ୍କୁ ଢାଲ କରି ପ୍ରଚାର କରିବାକୁ ଚାହୁଁଛି। ଆମ ଡେପୁଟି ହାଇକମିଶନର ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରିବୁ।

ଜୁଲାଇ ୧୭ରେ ଆଇସିଜେ ଦେଇଥିବା ରାୟ ଅନୁସାରେ ଭାରତୀୟ ଡେପୁଟି ହାଇକମିଶନର ପାକ୍‌ ଜେଲରେ ଥିବା କୁଳଭୂଷଣଙ୍କୁ ଭେଟିଥିଲେ। ପାକିସ୍ତାନ ସରକାର ୧୯୬୩ ମସିହା ଭିଏନା କନଭେନସକୁ ବାରମ୍ବାର ଉଲ୍ଲଙ୍ଘନ କରିଥିବା ଆଇସିଜେ କହିଥିଲେ। ଆଇସିଜେଙ୍କ ତାଗିଦ ପରେ ପାକିସ୍ତାନ ଆଜି କନସୁଲାର ଆକ୍ସେସ ଯୋଗାଇ ଦେଇଥିଲା। ଡେପୁଟି ହାଇକମିଶନର କୁଳଭୂଷଣଙ୍କୁ ଭେଟିବା ପରେ ତାଙ୍କ ପରିବାର ସହ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କଥା ହୋଇଛନ୍ତି। ଭାରତ ସର୍ବଦା କୁଳଭୂଷଣଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତିବଦ୍ଧ।”

କୁଳଭୂଷଣଙ୍କୁ ଭେଟିବା ପୂର୍ବରୁ ଭାରତର ଡେପୁଟି ହାଇକମିଶନର ଗୌରବ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସେଠାରେ ସେ ପାକିସ୍ତାନ ମନ୍ତ୍ରୀ ଏବଂ ବିଭିନ୍ନ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ପାକ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈଜଲ ଉପସ୍ଥିତ ରହିଥିଲେ। ଏଠାରେ ବୈଠକ କରିବା ପରେ ସେ କୁଳଭୂଷଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

କୁଳଭୂଷଣଙ୍କୁ ପାକିସ୍ତାନ ସେନା ୨୦୧୬ ମସିହା ମାର୍ଚ୍ଚ ୩ରେ ଗୁଇନ୍ଦାଗିରି ଅଭିଯୋଗରେ ବାଲୁଚିସ୍ତାନରୁ ଗିରଫ କରିଥିବା ଦାବି କରୁଛି। ଏହାପରେ ପାକିସ୍ତାନର ଏକ ସାମରିକ କୋର୍ଟରେ ଏକପାଖିଆ ଭାବେ ଶୁଣାଣି କରି ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲା। ହେଲେ ଏହା ବିରୋଧରେ ଭାରତ ଆଇଜିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଆଇସିଜେ ଭାରତର ଯୁକ୍ତିକୁ ଗ୍ରହଣ କରିବା ସହ କୁଳଭୂଷଣଙ୍କ ଫାଶୀ ଉପରେ ରୋକ ଲଗାଇଥିଲା।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like