କୁଳଭୂଷଣଙ୍କ ପାଇଁ ତୃତୀୟଥର କନ୍ସୁଲାର୍ ଆକ୍ସେସ୍ ଦେଲା ପାକିସ୍ତାନ
ଇସ୍ଲମାବାଦ: ଗୋଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ବନ୍ଦୀଥିବା କୁଳଭୂଷଣଙ୍କ ପାଇଁ ତୃତୀୟ କନ୍ସୁଲାର୍ ଆକ୍ସେସ୍ ଦେଇଛି ପାକିସ୍ତାନ। ବିନା ପାକିସ୍ତାନ କର୍ମଚାରୀରେ କୁଳଭୂଷଣକୁ କନସୁରାଲ ଆକ୍ସେସ୍ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ତୃତୀୟ କନସୁଲାରରେ ସାକ୍ଷାତ ବେଳେ କୌଣସି ପାକିସ୍ତାନୀ କର୍ମଚାରୀ ରହିବେ ନାହିଁ ବୋଲି ପାକ୍ କହିଛି।
ପାକିସ୍ତାନ ଗତକାଲି କୁଳଭୂଷଣ ପାଇଁ ଦ୍ୱିତୀୟଥର କନ୍ସୁଲାର ଅକ୍ସେସ୍ ଦେଇଥିଲା। କିନ୍ତୁ ମୁକ୍ତଭାବେ କନ୍ସୁଲାର ଦେଇନଥିବାରୁ ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଥିଲା ଭାରତ। ଏହାପରେ ତୃତୀୟଥର ପାଇଁ କନ୍ସୁଲାର ଆକ୍ସେସ ଦେଇଛି ଭାରତ। ଏଥିସହିତ କୁଳଭୂଷଣ ଯାଦବ ଚାପରେ ଥିଲେ ବୋଲି ଭାରତ ଅଭିଯୋଗ କରିଥିଲା। ଏବେ ତୃତୀୟ ଥର କନ୍ସୁଲାର ମିଳିବା ପରେ ଭାରତର ଅଧିକାରୀମାନେ କୁଳଭୂଷଣଙ୍କ ସାକ୍ଷାତ କରିବେ।
ଦ୍ୱିତୀୟ କନ୍ସୁଲାର ଦେବା ପୂର୍ବରୁ ଭାରତ ସହିତ ଦୀର୍ଘ ସମୟ ଧରି ଅଲୋଚନା କରିଥିଲା ପାକିସ୍ତାନ। ଏହାପରେ ଦ୍ୱିତୀୟ କନ୍ସୋଲାର୍ ଦେବା ପାଇଁ ରାଜି ହୋଇଥିଲା। କିନ୍ତୁ ଏଥିରେ ଭାରତୀୟ ଅଧିକାରୀମାନେ ଖୋଲାଖୋଲି ଓ ମୁକ୍ତଭାବେ କୁଳଭୂଷଣଙ୍କ ସହିତ ଆଲୋଚନା କରିପାରି ନଥିଲେ। ଏନେଇ ଭାରତ ଅଭିଯୋଗ ଆଣିବା ପରେ ପାକିସ୍ତାନ ତୃତୀୟ କନ୍ସୁଲାର ଦେଇଛି।