କୁଳଭୂଷଣ ମାମଲାରେ ଓକିଲ ନିଯୁକ୍ତି ପାଇଁ ଅନୁମତି ଦେଲେ ଇସ୍‌ଲାମବାଦ ହାଇକୋର୍ଟ

ଇସ୍‌ଲାମବାଦ୍‌: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ନିଜର ପକ୍ଷ ରଖିବା ପାଇଁ ଭାରତ ଓକିଲ ଦେଇ ପାରିବ ବୋଲି ପାକିସ୍ତାନ କୋର୍ଟ ସୋମବାର ଅନୁମତି ଦେଇଛନ୍ତି। ସୋମବାର ଇସ୍‌ଲାମବାଦ୍‌ ହାଇ କୋର୍ଟ ପରିସରରେ ମିଡିଆକୁ ଏ ସମ୍ପର୍କରେ ସୂଚନା ଦେଇ ଆଟର୍ଣ୍ଣି ଜେନେରାଲ ଜାଭେଦ ଖାନ କହିଛନ୍ତି, ଭାରତ ଚାହିଁଲେ କୁଳଭୂଷଣ ମାମଲାରେ ଓକିଲ ରଖି ପାରିବ। ମାତ୍ର ଭାରତୀୟ ଓକିଲ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆଟର୍ଣ୍ଣି ଜେନେରାଲ କହିଛନ୍ତି, ‘କୋର୍ଟ ଏକଥା ମଧ୍ୟ କହିଛନ୍ତି, ପାକିସ୍ତନା ଯଦି ଚାହିଁବ ତେବେ ଓକିଲ ବଦଳାଇପାରିବ। ଏଥିସହିତ ଭାରତ ସରକାର ଯଦି ସେମାନଙ୍କ ସହ ଆଲୋଚନା କରିବାକୁ ଚାହାନ୍ତି ତେବେ ସେଥିପାଇଁ ମଧ୍ୟ ତାଙ୍କୁ ଅନୁମତି ମିଳିବ।’

ତେବେ ଭାରତ ଏହି ମାମଲାରେ ଭାରତୀୟ ଓକିଲଙ୍କୁ ନିଯୁକ୍ତି ଦେଇପାରିବ କି ବୋଲି ଏକ ପ୍ରଶ୍ନରେ ଆଟର୍ଣ୍ଣି ଜେନେରାଲ କହିଥିଲେ, ଏହି ମାମଲାରେ ଭାରତ କେବଳ ପାକିସ୍ତାନ ଲୟାର ହିଁ ଦେଇପାରିବ,  ଯେଉଁମାନଙ୍କୁ କି  ପାକିସ୍ତାନରେ ପ୍ରାକ୍‌ଟିସ୍‌ କରିବା ପାଇଁ ଅନୁମତି ମିଳିଥିବ। କୌଣସି ଭାରତୀୟ ପ୍ରତିନିଧିଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାର ଅନୁମତି ନାହିଁ ବୋଲି ସେ କହିଥିଲେ।

ସୂଚନାଥାଉ କି, କୁଳଭୂଷଣଙ୍କ ମାମଲାରେ ଜଣେ ଓକିଲଙ୍କୁ ନିଯୁକ୍ତି ଦେବା ପାଇଁ ଜୁଲାଇ ୨୨ ତାରିଖରେ ପାକିସ୍ତାନ ପକ୍ଷରୁ ଇସ୍‌ଲାମବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

କୂଳଭୂଷଣଙ୍କ ସହାୟତା ଲାଗି ଭାରତ ପକ୍ଷରୁ କରାଯାଉଥିବା ପ୍ରତ୍ୟେକ ପ୍ରୟାସରେ ପାକିସ୍ତାନ ବାଧା ସୃଷ୍ଟି କରୁଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବା ଅନୁଯାୟୀ, କାଉନସିଲର ଅଧିକାରୀଙ୍କୁ କୁଳଭୂଷଣଙ୍କ ଆଇନଗତ ଦସ୍ତାବିଜ ନେବାକୁ ଅନୁମତି ଦଆଯାଇନଥିଲା।

 

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like