କେରଳ ବିମାନ ଦୁର୍ଘଟଣାର କାରଣ Tabletop ରନୱେ ନୁହେଁ ତ ?

ଥିରୁଭନନ୍ତପୁରମ୍‌: କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ IX-1344 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏକ ପପୁଲାର୍‌ ଗ୍ଲୋବାଲ୍‌ ଫ୍ଲାଇଟ୍‌ ଟ୍ରାକର୍‌ ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ଏୟାର ଇଣ୍ଡିଆ‌ର ଏହି ବିମାନଟି ଳ୍ୟାଣ୍ଡିଂ ବେଳେ ରନ୍‌ୱେରେ ଖସି ଯାଇଥିଲା। ଲ୍ୟାଣ୍ଡିଂ କରିବାକୁ ୨ଥର ପ୍ରୟାସ କରିଥିଲା। ହେଲେ ଏହି ପ୍ରୟାସ ବିଫଳ ହୋଇଥିଲା। କ୍ରାଶ୍‌ ଲ୍ୟାଣ୍ଡିଂ ଯୋଗୁ ବିମାନଟି ୨ ଫାଳ ହୋଇଯାଇଥିଲା।

ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, କେରଳର କୋଝିକୋଡ୍ ଏୟାରପୋର୍ଟର ରନ୍‌ୱେ ହେଉଛି “tabletop” ରନ୍‌ୱେ। ଏପରି ରନ୍‌ୱେରେ ଲ୍ୟାଣ୍ଡିଂ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ।

DGCA(Directorate General of Civil Aviation)ର ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର AXB1344 ବିମାନ ଦୁବାଇରୁ କାଲିକଟ୍‌ ଆସୁଥିଲା। ବିମାନରେ ୧୯୦ ଜଣ ଥିଲେ। ରନ୍‌ୱେ ୧୦ରେ ବିମାନଟି ଲ୍ୟାଣ୍ଡିଂ ବେଳେ ଭିଜିବିଲିଟି ୨,୦୦୦ ମିଟର ଥିଲା। ଏହି ସମୟରେ ପ୍ରବଳ ବର୍ଷା ମଧ୍ୟ ହେଉଥିଲା। ତେବେ ଉପତ୍ୟକାରେ ଓଭରସଟ୍‌ ଓ nose-dived ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣା ପଛର ଅନ୍ୟ କାରଣ, “tabletop” ରନ୍‌ୱେ ବୋଲି କୁହାଯାଉଛି। “tabletop” ଅର୍ଥ ଏୟାରଷ୍ଟ୍ରିପ୍‌ର ଆଖପାଖରେ ଘାଟି ରହିଥାଏ। “tabletop”ରେ ରନ୍‌ୱେ ଶେଷ ହେବାପରେ ଆଗକୁ କୌଣସି ଅଧିକ ସ୍ଥାନ ନଥାଏ। ଏହି କାରଣ ଯୋଗୁ କାଝିକୋଡ୍‌ରେ ବିମାନ ରନ୍‌ୱେରେ ଖସି ଘାଟିରେ ଯାଇ ପଡ଼ିଥିଲା। ଯେଉଁଠି ବିମାନଟି ପୂରାପୂରି ୨ ଫାଳ ହୋଇଯାଇଥିଲା।

ଏୟାରଷ୍ଟ୍ରିପ୍‌ର ଉଭୟ ପାର୍ଶ୍ୱରେ କିମ୍ବା ଗୋଟିଏ ପାର୍ଶ୍ୱରେ ଘାଟି ଥିବା ଯୋଗୁ tabletop ରନ୍‌ୱେରେ ବିମାନ ଲ୍ୟାଣ୍ଡିଂ ବିପଦପୂର୍ଣ୍ଣ ବୋଲି କୁହାଯାଇଥାଏ। ଉଡ଼ାଣ ଆରମ୍ଭ ଓ ଲ୍ୟାଣ୍ଡିଂ ବେଳେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ତେଣୁ ପାଇଲଟ୍‌ ମଧ୍ୟ ଦକ୍ଷ ହେବା ଜରୁରୀ। ଅଧିକାଂଶ tabletop ରନ୍‌ୱେ ମାଳଭୂମି କିମ୍ବା ପାହାଡ଼ର ଶୀର୍ଷରେ ହୋଇଥାଏ।

ଗତକାଲି ସନ୍ଧ୍ୟା ୭ଟା ୪୦ ମିନିଟ୍‌ରେ କୋଝିିକୋଡ୍‌ର କାରିପୁର ଏୟାରପୋର୍ଟରେ ଅବତରଣ ବେଳେ ବିମାନଟି କ୍ରାଶ୍‌‌ କରି ଯିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।  ବିମାନଟି କ୍ରାଶ୍‌ ଲ୍ୟାଣ୍ଡିଂ କରିଥିଲା। ଫଳରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା।

ପଢ଼ନ୍ତୁ: କେରଳ ବିମାନ ଦୁର୍ଘଟଣା: ଦୁଇଖଣ୍ଡ ହୋଇଗଲା ବିମାନ, ପାଇଲଟ୍‌ଙ୍କ ସମେତ ୧୭ ମୃତ

You might also like