ପତ୍ନୀଙ୍କର ଥିଲେ ୧୪ ଲଭର୍ସ, ସ୍ୱାମୀ ମାଗିଲେ…
କୋଲକାତା: ପତ୍ନୀ ଧୋକ୍କା ଦେଲେ। ତାଙ୍କ ଅଗୋଚରରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଲେ। ଏଥିପାଇଁ ତାଙ୍କର ସୁଖ, ଶାନ୍ତି ନଷ୍ଟ ହେଲା, ଅନେକ ବଦନାମ୍ ବି ସହିବାକୁ ପଡ଼ିଲା। ଏଥିପାଇଁ ସ୍ୱାମୀ ମାଗିଛନ୍ତି ୧୦୦ କୋଟିର କ୍ଷତିପୂରଣ । ତାହା ପୁଣି ପତ୍ନୀଙ୍କୁ ନୁହେଁ, ପତ୍ନୀଙ୍କ ପ୍ରେମିକଙ୍କୁ। ଏପରି ଘଟଣା ଘଟିଛି କୋଲକାତା ଅଞ୍ଚଳରେ।
ପଶ୍ଚିମବଙ୍ଗ କୋଲକାତାର ଏହି ବ୍ୟକ୍ତିଜଣକ ଜାଣିବାକୁ ପାଇଲେ ଯେ, ତାଙ୍କ ପତ୍ନୀଙ୍କର ୧୪ ଜଣ ପ୍ରେମିକ ଅଛନ୍ତି ଏବଂ ସେମାନଙ୍କ ସହ ପତ୍ନୀଙ୍କର ଅନୈତିକ ସମ୍ପର୍କ ରହିଛି। ଏହା ଜାଣିବା ପରେ ସ୍ୱାମୀ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବା ସହ ୧୪ ପ୍ରେମିକଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋଟିସ ପଠାଇଥିବା ବ୍ୟକ୍ତି ଜଣେ ବ୍ୟବସାୟୀ। ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ୧୪ ଜଣଙ୍କ ପାଖକୁ ସେ ଓକିଲ ନୋଟିସ୍ ପଠାଇଛନ୍ତି। ଏହି ନୋଟିସରେ କୁହାଯାଇଛି, ଯଦି ସମସ୍ତ ୧୪ ଜଣ ବ୍ୟକ୍ତି ଦୁଇ ସପ୍ତାହ ମଧ୍ୟରେ ୧୦୦ କୋଟିର କ୍ଷତିପୂରଣ ନ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରଥମେ ପତ୍ନୀଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ବ୍ୟକ୍ତି ଜଣକ ଘଟଣାର ଅନୁସନ୍ଧାନ ନିଜେ କରିଥିଲେ। ଜାଣିବାକୁ ପାଇଥିଲେ, ଜଣେ ନୁହେଁ, ୧୪ ଜଣ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ସେ ଏହି ୧୪ ଜଣଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ। ପରେ ସେମାନଙ୍କୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ପାଇଁ ଏକ ଲିଗାଲ ନୋଟିସ୍ ପଠାଇଥିଲେ। ନୋଟିସ୍ ପଠାଇବାବେଳେ ଏହି ବ୍ୟକ୍ତି କହିଥିଲେ ଯେ, ଆପଣମାନେ ସମସ୍ତେ ମୋ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ତୁମେମାନେ ଜାଣିଥିଲ ଯେ ସେ ବିବାହିତ । ଏପରିକି ତୁମେମାନେ ମୋ ବିଷୟରେ ମଧ୍ୟ ଜାଣିଥିଲ।
ସେ ନୋଟିସ୍ରେ ଆହୁରି ଲେଖିଥିଲେ, ତୁମମାନଙ୍କ ପାଇଁ ମୋର ବୈବାହିକ ଜୀବନ ନଷ୍ଟ ହୋଇଯାଇଛି ଏବଂ ସେଥିପାଇଁ ମୁଁ ଚାପରେ ରହୁଛି। ଏସବୁକୁ ଦୃଷ୍ଟିରେ ରଖି ତୁମ ସମସ୍ତଙ୍କୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ନୋଟିସ ପଠାଯାଉଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଟଙ୍କା ଦେବାକୁ ପଡିବ। ଯଦି ଏହା କରା ନ ଯାଏ ତେବେ ତୁମ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।