କୋଲକତାରେ ଓଭରବ୍ରିଜ ଭୁଶୁଡିବା ଘଟଣା

ଏବେବି  ଜାରି ରହିଛି ଉଦ୍ଧାର କାର୍ଯ୍ୟ

କୋଲକତା : କୋଲକତାର ମାଜେରହାଟ୍‌ରେ ଓଭରବ୍ରିଜ ଭୁଶୁଡିପଡିଥିବା ଘଟଣାସ୍ଥଳରେ ଏବେବି  ଜାରି ରହିଛି ଉଦ୍ଧାର କାର୍ଯ୍ୟ। NDRFର ୫ କମ୍ପାନୀ,  କୋଲକତା ପୁଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଭଗ୍ନାବଶେଷକୁ ହଟାଇବାପାଇଁ ୭ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଏବେବି ଭଗ୍ନାବଶେଷ ଭିତରେ ଅାହୁରି କିଛି ଗାଡି ଫସି ରହିଯାଇଥିବା ଅାଶଙ୍କା କରାଯାଉଛି। ସେପଟେ ଏହି ଘଟଣାର ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ମଳୟ ଦେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି କରିବ। ଯଦି କେହି ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଗତକାଲି ହୋଇଥିବା ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୦ ଜଣ ଅାହତ ହୋଇଛନ୍ତି।   ମୃତକ ଜଣକ ଠାକୁରପୁକୁର ଅଞ୍ଚଳର ସୌମେନ ବାଗ ବୋଲି ପରିଚୟ ମିଳିଛି।

You might also like