ଅାଉ ଜଣଙ୍କ ମୃତଦେହ ଉଦ୍ଧାର

କୋଲକତା ଓଭରବ୍ରିଜ ଭୁଶୁଡିବା ଘଟଣା

କୋଲକାତା  : କୋଲକାତା ମାଝେରହାଟ୍ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ବଢ଼ିଛି ମୃତକଙ୍କ ସଂଖ୍ୟା। ଅାଜି ଅାଉ ଜଣଙ୍କ ମୃତଦେହ ବ୍ରିଜ୍ ତଳୁ ବାହାରିଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ମେଟ୍ରୋ ରେଳ ପ୍ରକଳ୍ପରେ କାମ କରୁଥିବା ଶ୍ରମିକ।

ଦୁର୍ଘଟଣାରେ ଏବେ ଯାଏ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅାହତ ହୋଇଛନ୍ତି। ବ୍ରିଜ୍ ତଳୁ ବହୁ ସଂଖ୍ୟାରେ କାର୍ ଏବଂ ବାଇକ୍ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଏବଂ କୋଲକାତା ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ଗତ ଦୁଇ ଦିନ ତଳେ ମାଝେରହାଟ୍ ନିକଟ ଓଭର ବ୍ରିଜ୍ ଭଶୁଡ଼ି ପଡ଼ିଥିଲା।

You might also like