ଗୁପ୍‌ଚୁପ୍‌ରେ ଏମିତି ଜିନିଷ ମିଶାଇ ସ୍ପେଶାଲ୍ କହୁଥିଲେ ଦୋକାନୀ; ରାଗରେ ସବୁ ଭାଙ୍ଗିଦେଲେ ଗ୍ରାହକ

କୋଲ୍‌ହାପୁର: ସାଧାରଣତଃ ଆମ ଲୋକମାନଙ୍କର ରାସ୍ତାକଡ଼ରେ ବିକ୍ରି ହେଉଥିବା ପାଟି ସୁଆଦିଆ ଚଟ୍‌ପଟା ଖାଦ୍ୟପ୍ରତି ଲୋଭ ରହିଥାଏ। ଖାସ୍ କରି ଗୁପଚୁପ କଥା ପଡ଼ିଲେ ତ ପାଟିରୁ ଲାଳ ଗଡ଼ିପଡ଼େ। ଏହି ଲୋଭ ଚକ୍କରେ ଆମେ ଅନେକଥର ଖାଦ୍ୟର ମାନ ପରଖିବା ଭୁଲି ଯାଉ। ଏମିତିକି ସଫା ସୁତରା ପ୍ରତି ବି ଧ୍ୟାନ ଦେଉନା। ଯାହାର ପରିଣାମ ଆମକୁ ପରେ ଭୋଗିବାକୁ ପଡ଼ିଥାଏ।

ତେଣୁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟପ୍ରତି ସାବଧାନ ହୋଇ ଯାଆନ୍ତୁ। କାରଣ ଆମେ ଆଜି ଯେଉଁ ଖବର ଆପଣଙ୍କ ଜଣାଇବୁ, ତାହା ଜାଣିଲେ ଆପଣ ହୁଏତ ଘୃଣାରେ ନାକ ଟେକିବେ।

ଏହି ଖବର ହେଉଛି, ମୁମ୍ବାଇର ଜଣେ ସ୍ପେଶାଲ୍‌ ଗୁପଚୁପ ଦୋକାନୀଙ୍କର। ଏହି ମହାଶୟ ଜଣକ ଗୁପଚୁପ୍‌ରେ ଏମିତି ପାଣି ମିଶାଇ ସ୍ପେଶାଲ୍ କହି ବିକୁଥିଲେ ଯେ ଆପଣ ଜାଣିଲେ ଏକାଥରକେ ବାନ୍ତି କରିପକାଇବେ। ବିଶ୍ୱାସ ହେଉନି ନାଁ ? ତେବେ ଜାଣନ୍ତୁ ଏହି ସ୍ପେଶାଲ୍‌ ଗୁପୁଚୁପ ଦୋକାନୀଙ୍କର ସ୍ପେଶାଲ୍‌ କାର୍‌ନାମା ବିଷୟରେ।

ମହାରାଷ୍ଟ୍ର କୋଲ୍‌ହାପୁରରେ ଜଣେ ଗୁପୁଚୁପ ବିକାଳିଙ୍କ ଗୁପଚୁପ ଷ୍ଟଲ୍‌ ନାଁ ହେଉଛି  “ମୁମ୍ବାଇର ସ୍ପେଶାଲ୍‌ ପାଣିପୁରୀ ବାଲା।” ଏହି ସ୍ପେଶାଲ୍ ପାଣିପୁରୀ ବାଲାଙ୍କର ସ୍ପେଶାଲ୍ କାର୍‌ନାମା ଏବେ କ୍ୟାମେରାରେ କଏଦ୍ ହୋଇଛି। ଏହି ଦୋକାନୀ ଜଣକ ପ୍ରାୟ ମୁମ୍ବାଇର ରାଙ୍କଲା ହ୍ରଦ ନିକଟରେ ଗୁପଚୁପ ବିକନ୍ତି। ଗୁପ୍‌ଚୁପ ଖାଇବା ପାଇଁ ତାଙ୍କ ଷ୍ଟଲ୍‌ ନିକଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। କିନ୍ତୁ ବାବୁ ଜଣକ ଗୁପ୍‌ଚୁପ୍‌ରେ ଟଏଲେଟ୍ ପାଣି ମିଶାଉଥିବା ବେଳେ ତାହା କ୍ୟାମେରାରେ କଏଦ୍ ହୋଇଗଲା। ବାସ୍ ତା ପରେ ଆଉ କଣ ହେବ, ରାଗରେ ଏକାଥରକେ ଗରାଖ ଈଶ୍ୱରଙ୍କ ତୃତୀୟ ନୟନ ଖୋଲିଗଲା। ତା ପରେ ଆଉ ସମ୍ଭାଳେ କିଏ ? ଦୋକାନୀଙ୍କ ଗୁପୁଚୁପ ସହିତ ପୂରା ଷ୍ଟଲ୍ ଭାଙ୍ଗି ଚୁନଭୁତ କରିଦେଲେ ଗ୍ରାହକ। ତେଣୁ ଷ୍ଟ୍ରିଟ୍ ଫୁଡ୍ ପ୍ରତି ସାବଧାନ !

You might also like