କିଏ ଏହି ଜନ୍‌ ୱିକ୍ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ପଛରେ କ’ଣ ଥିଲା ଉଦ୍ଦେଶ୍ୟ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ ଓ ନରେନ୍ଦ୍ର ମୋଦି ମୋବାଇଲ୍‌ ଆପ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍(@narendramodi_in)‌ ଗତକାଲି ବିଳମ୍ବିତ ରାତିରେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି।

ଜନ୍‌ ୱିକ୍‌ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା  ଜଣାପଡ଼ିଛି। ହ୍ୟାକ୍‌ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସ୍‌ନାଳ୍‌ ରିଲିଫ୍ ଫଣ୍ଡ୍‌କୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏପରିକି ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଜାରି କରି cryptocurrency ମାଧ୍ୟମରେ ଅର୍ଥରାଶି ସହଯୋଗ କରିବାକୁ ହ୍ୟାକର୍ସମାନେ କହିଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ଏହା ହ୍ୟାକର୍ସଙ୍କ କାରନାମା।

ଏହି ଘଟଣା ଜଣାପଡ଼ିବାର କିଛି ସମୟ ପରେ ଟ୍ୱିଟର ଆକାଉଣ୍ଟକୁ ରିକଭର୍‌ କରାଯିବା ସହ ଏହି ଆକାଉଣ୍ଟରୁ ହ୍ୟାକର୍ସମାନେ କରିଥିବା ଟ୍ୱିଟ୍‌କୁ ଡିଲିଟ୍‌ କରାଯାଇଥିଲା। ଏହାସହ ଟ୍ୱିଟର ପକ୍ଷରୁ ପୂରା ଘଟଣାର ସବିଶେଷ ଯାଞ୍ଚ କରାଯାଉଛି।

ଜାଣନ୍ତୁ କିଏ ଏହି ଜନ୍‌ ୱିକ୍‌ ? 

ଜନ୍‌ ୱିକ୍‌ ହଲିଉଡ୍‌ର ଏକ ପ୍ରସିଦ୍ଧ ଫିଲ୍ମ। ଫିଲ୍ମରେ ଜନ୍‌ ୱିକ୍‌ ଭୂମିକାରେ କିନୁ ରିଭ୍ସ ଅଭିନୟ କରିଛନ୍ତି। ଫିଲ୍ମଟି ଏକ କାଳ୍ପନିକ ଚରିତ୍ର ଉପରେ ଆଧାରିତ। ଫିଲ୍ମରେ ଜନ୍‌ ୱିକ୍‌ ତାଙ୍କ କୁକୁରକୁ ମାରିଥିବା ଦୁର୍ବୃତ୍ତମାନଙ୍କୁ ଖୋଜୁଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଠାରୁ ସବୁକିଛି ଛଡ଼ାଇ ନେଇଥିଲେ। ଏହି ଫିଲ୍ମର ୩ଟି ଅଲଗା ଅଲଗା ପାର୍ଟ ରିଲିଜ ହୋଇସାରିଛି। ୨୦୧୪ରେ ଏହାର ପ୍ରଥମ ଫିଲ୍ମ ରିଲିଜ୍‌ ହୋଇଥିଲା। ଏହାପରେ ଏହାର ଦୁଇଟି ସ୍ୱିକେଲ୍‌ ତିଆରି କରାଯାଇଥିଲା। 

ସୂଚନାଥାଉ କି, ହ୍ୟାକିଂ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି।

ଆହୁରି ପଢ଼ନ୍ତୁ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

You might also like