ଭାରତୀୟ ଅର୍ଥବ୍ୟବସ୍ଥାରେ ଆସିବ କି ସୁଧାର ? ଜାଣନ୍ତୁ କ’ଣ କହିଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଆହୁରି ବର୍ଷେ ଯାଏ ରହିପାରେ କରୋନାର ପ୍ରଭାବ। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ ବୋଲି ଆକଳନ କରିଛି RBI।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ମାଇନସ୍‌ ୭.୫% ରହିବାର ଆକଳନ କରାଯାଇଛି। ତେବେ ଟିକେ ଆଶ୍ୱସ୍ତିର କଥା ହେଲା, ଅବସ୍ଥା ଧୀରେ ଧୀରେ ସୁଧୁରୁଛି ଏବଂ ଅର୍ଥନୀତି ଟ୍ରାକ୍‌କୁ ଫେରୁଛି। ପୂର୍ବରୁ ଆକଳନ କରାଯାଇଥିଲା ଯେ, ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ମାଇନସ୍ ୯.୫% ରହିବ। ଏଥିରେ ଟିକେ ଉନ୍ନତି ଆସିଥିବାରୁ ଏବେ ଆକଳନ କରାଯାଇଛି ଏହା ୭.୫% ରହିବ।

sensexରେ ମଧ୍ୟ ଉନ୍ନତି ଆସିଛି। ୩୫୦ ପଏଣ୍ଟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ sensex ୪୫ ହଜାର ପଏଣ୍ଟ ପାର୍ କରିଛି। RBI ତା’ର ଋଣନୀତି ଘୋଷଣା କରି ସବୁ ପ୍ରମୁଖ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ରେପୋ ରେଟ୍ ୪%, ରିଭର୍ସ ରେପୋ ରେଟ ୩.୩୫% ରହିଛି। ତେବେ ମୁଦ୍ରାସ୍ଫୀତି ହାର ବଢୁଥିବାରୁ ତାହା ଚିନ୍ତା କାରଣ ହୋଇଥିବା କୁହାଯାଉଛି।

You might also like