କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ? ଜାଣନ୍ତୁ…
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ ? ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏକ ଭିଡିଓ ଜାରି କରିଛି।
ସାବୁନ କିମ୍ବା ହ୍ୟାଣ୍ଡ୍ୱାଶ୍ରେ କିଭଳି ଭାବରେ ହାତ ଧୋଇବେ, ସେନେଇ ୧୧ଟି ସୋପାନ ଏହି ଭିଡିଓରେ ଦର୍ଶାଯାଇଛି। ଏହି ୧୧ଟି ସୋପାନରେ ହାତ ଧୋଇ ଭିଡିଓରେ ଦେଖାଉଛନ୍ତି ନିଜେ WHO ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନମ୍।
ହାତ ପାପୁଲି, ହାତର ପଛପଟ, ଆଙ୍ଗୁଳି ସନ୍ଧି ଏବଂ ନଖକୁ କେମିତି ଭଲରେ ସଫା କରିବେ ସେନେଇ ଭିଡିଓରେ ଦର୍ଶାଯାଇଛି। ଏଥିସହ ଲୋକଙ୍କ ପାଇଁ ସେଫ୍ ହ୍ୟାଣ୍ଡ୍ସ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି WHO ମହାନିର୍ଦ୍ଦେଶକ। ସେ ଶିଖାଉଥଥିବା ଉପାୟରେ ହାତ ଧୋଇ ଏହାର ଭିଡିଓକୁ ସୋଶାଲ୍ ମିଡିଆରେ ଛାଡ଼ିବାକୁ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି WHO ମହାନିର୍ଦ୍ଦେଶକ।
There are simple things we each must do to protect ourselves from #COVID19, including 👐 washing with 🧼 & 💦 or alcohol-based rub.
WHO is launching the #SafeHands Challenge to promote the power of clean 👐 to fight #coronavirus.
Join the challenge & share your 👐 washing video! pic.twitter.com/l7MDw1mwDl— World Health Organization (WHO) (@WHO) March 13, 2020