ଏଇ ମାସରେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୁଆଦିଲ୍ଲୀ: ଜୁନ୍‌ ୨୧ ତାରିଖରେ ପଡିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟର ପରି ଦୃଶ୍ୟ ହେବ। ଏହି ସୂର୍ଯ୍ୟପରାଗ ଯୋଗୁଁ ଦିନ ବି ରାତି ପରି ଲାଗିବ। ସୂର୍ଯ୍ୟପରାଗ ୨୧ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯ୍ୟନ୍ତ ରହିବ। ପୂର୍ଣ୍ଣ ସୂର୍ଯ୍ୟପରାଗ ସକାଳ ୧୦ଟା ୧୭ ମିନିଟରେ ଲାଗିବ। ତେବେ ଭାରତରେ ଏହା ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ଭାବେ ପରିଲକ୍ଷିତ ହେବ।

ସୁଚନା ଅନୁଯାୟୀ, ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେବ। ଏହି ସମୟରେ ସୂର୍ଯ୍ୟର ଧାରର କିଛି ଅଂଶ ଦେଖାଯିବ, ଯାହାକୁ ‘ରିଙ୍ଗ ଅଫ୍ ଫାୟାର’ କୁହାଯାଏ।

ଏହି ଦୃଶ୍ୟ ଦେଶର କେତେକ ସ୍ଥାନରେ ମାତ୍ର କିଛି ସେକେଣ୍ଡ ପାଇଁ ଦେଖାଦେବ । ଅନ୍ୟ କିଛି ସ୍ଥାନରେ ୧୨ ମିନିଟ ଯାଏଁ ଲୋକେ ଦେଖି ପାରିବେ।

ଜ୍ୟୋର୍ତିବିଜ୍ଞାନୀଙ୍କ କହିବା ଅନୁଯାୟୀ, ପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ । ପାକ ତ୍ୟାଗ ସମୟ  ଜୁନ ୨୦ ରାତି ୧୦ଟାରୁ ଆରମ୍ଭ ହେବ । ଏହି ସୂର୍ଯ୍ୟପରାଗ  ଆଫ୍ରିକା, ପାକିସ୍ତାନର ଦକ୍ଷିଣ ଭାଗ, ଉତ୍ତର ଭାରତ ଓ ଚୀନ୍‌ରେ ଦେଖିବାକୁ ମିଳିବ।

ଉଲ୍ଲଖଯୋଗ୍ୟ ଯେ, ଏହି ପ୍ରକାରର ସୂର୍ଯ୍ୟପରାଗ ପୂର୍ବରୁ ୧ ସେପ୍ଟେମ୍ବର ୨୦୧୬ ଓ ୨୬ ସେପ୍ଟେମ୍ବର ୨୦୧୯ରେ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like