କମିଲା ସୁନା ଦର; ୧,୦୦୦ ତଳକୁ ଖସିଲା ରୂପା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୯୫ ଟଙ୍କା ହ୍ରାସ ସହ ୪୬,୦୪୬ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ପ୍ରତି କିଲୋକୁ ୭୮୭ ଟଙ୍କା ହ୍ରାସ ସହ ୬୮,୪୮୯ ଟଙ୍କାରେ କାରବାର ଚାଲିଥିଲା।

ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ଦର ୩୫୮ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ  ୪୬ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା। ଚଳିତ ସପ୍ତାହରେ ସୁନା ପାଖାପାଖି ୯୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ସେହିପରି ରୂପା ପାଖାପାଖି ୨,୪୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଗତ ୨ ମାସରେ ସୁନା ୩ ହଜାରରୁ ଅଧିକ ଟଙ୍କା ଶସ୍ତା ହୋଇଛି। ଗତ ବର୍ଷ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଯଦି ଏହି ଦରକୁ ତୁଳନା କରିବା ତା’ହେଲେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଟଙ୍କା ସୁନା ଶସ୍ତା ହୋଇଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୭୪୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୮, ୮୦୦ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୭୦,୨୦୦ ଟଙ୍କା ଥିଲା।

You might also like