ପୁଣି ଶସ୍ତା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୪ ଟଙ୍କା ହ୍ରାସ ସହ ୪୭,୧୫୨ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ପ୍ରତି କିଲୋଗ୍ରାମକୁ ୧୯୨ ଟଙ୍କା ହ୍ରାସ ସହ ୬୮,୫୪୬ ଟଙ୍କାରେ କାରବାର ଚାଲିଥିଲା।

ଗତବର୍ଷ ଅଗଷ୍ଟରେ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚି ଥିବାବେଳେ ଚଳିତ ବର୍ଷ ସୁନା, ରୂପା ଦରରେ ପ୍ରାୟତଃ ହ୍ରାସ ଦେଖିବାକୁ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି।

ଫେବୃଆରୀ ୧ରେ MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୭୨୦ ଟଙ୍କା ଥିବାବେଳେ ଫେବୃଆରୀ ୨ରେ ୪୭,୮୨୫ ଟଙ୍କା, ଫେବୃଆରୀ ୩ରେ ୪୭,୮୧୬ ଟଙ୍କା, ଫେବୃଆରୀ ୪ରେ ୪୬,୭୧୫ ଟଙ୍କା, ଫେବୃଆରୀ ୫ରେ ୪୭,୨୫୬ ଟଙ୍କା ଥିଲା।

ଦିଲ୍ଲୀ ସର୍ରାଫା ବଜାରରେ ଗତ ଶୁକ୍ରବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୭୩୮ ଟଙ୍କା ଥିଲା। ଏହା ପୂର୍ବ ସପ୍ତାହରେ ଏହି ଦର ୪୮,୮୪୪ ଟଙ୍କା ଥିଲା। ଏଭଳି ଭାବରେ ଗତ ସପ୍ତାହରେ ସୁନା ଦର ୨,୧୦୬ ଟଙ୍କା ହ୍ରାସ ପାଇଥିଲା।

You might also like