ଗୀତ ପାଇଁ ଦିନେ ଉଜୁଡ଼ି ଯାଇଥିଲା ରାନୁଙ୍କ ଦାମ୍ପତ୍ୟ ଜୀବନ, ଆଉ ଆଜି…..

ମୁମ୍ବଇ:ସଙ୍ଗୀତ ଦୁନିଆକୁ ଅକସ୍ମାତ ଆସିଲେ ଆଉ ତାଙ୍କର ସୁମଧୁର କଣ୍ଠରେ ସମସ୍ତଙ୍କୁ ଚମକେଇ ଦେଲେ। ହଁ, ଆମେ ସେଇ  ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳଙ୍କ କଥା କହୁଛୁ, ଯାହାର କଣ୍ଠର ଯାଦୁ ଆଜି ସାରା ଦେଶକୁ ବିମୋହିତ କରି ଦେଇଛି। ପେଟ ପାଇଁ ରେଳ ଷ୍ଟେସନରେ ସଂଘର୍ଷ କରୁଥିବା ରାନୁଙ୍କ ପାଖରେ ହୁଏତ ଆଜି ଅର୍ଥର ଅଭାବ ନାହିଁ, ହେଲେ ସେ ସଂଘର୍ଷର ଦିନକୁ ସେ ଭୁଲି ପାରୁ ନାହାନ୍ତି।

ରାତାରାତି ସେଲେବ୍ରିଟି ପାଲଟି ଥିବା ରାନୁଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ। ହେଲେ ସେ ତାଙ୍କ ପରିବାର ସମ୍ପର୍କରେ ଯାହା କୁହନ୍ତି, ଶୁଣିଲେ ଆଖି ଓଦା ହୋଇଯିବ।

ରାନୁ ରେଲୱେ ଷ୍ଟେସନରେ ଗୀତ ଗାଆନ୍ତି, ଭିକ ମାଗନ୍ତି। ଫୁଟପାଥରେ ରୁହନ୍ତି। ରାନୁଙ୍କ ଅତୀତ ବିଷୟରେ ଆମେ ଏମିତି ଜାଣୁ। ହେଲେ ନା, ସେ ଖୁବ ଭଲ ପରିବାରରୁ ଆସିଛନ୍ତି। ବିବାହ କରିଥିଲେ। ଦୁଇ ସନ୍ତାନ ବି ଅଛନ୍ତି। କିନ୍ତୁ ଭଗବାନଙ୍କ ବିଚାର ଏମିତି ଥିଲା, ଯେଉଁଥିପାଇଁ ତାଙ୍କର ଘର, ସଂସାର ଉଜୁଡ଼ି ଗଲା,  ଭାଗ୍ୟ ତାଙ୍କ ହାତରେ ଭିକ୍ଷାଥାଳ ଧରେଇଦେଲା।

ଭାବବିହ୍ୱଳ ହୋଇ ରାନୁ କହିଛନ୍ତି, ‘ମୋର ଜନ୍ମ ଫୁଟପାଥ୍‌ରେ ନୁହେଁ। ବହୁତ ଭଲ ପରିବାରରେ ମୋର ଜନ୍ମ। ହେଲେ ବିଡମ୍ବନା, ମୋତେ ଆଜି ଭିକ ମାଗିବାକୁ ପଡ଼ୁଛି।’ ସେ କୁହନ୍ତି, ଯେତେବେଳେ ସେ ୬ମାସର ହୋଇଥିଲେ, ତାଙ୍କୁ ମା-ବାପାଙ୍କଠାରୁ ଅଲଗା କରି ଦିଆଗଲା। ଏକଥା ଯେତେବେଳେ ସେ ଜାଣିଲେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ଏହି ଦୁଃଖରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ବିବାହ ପରେ। ହେଲେ ତାଙ୍କ ଭାଗ୍ୟରେ ବୋଧେ ଖୁସି ନ ଥିଲା।

ମିଡିଆ ରିପୋର୍ଟ ଅନୁସାରେ, ରାନୁ ଦୁଇଥର ବିବାହ କରିଥିଲେ। ଯେଉଁ ଗୀତକୁ ନେଇ ସେ ଆଜି ରାତାରାତି ଷ୍ଟାର ପାଲଟିଗଲେ, ସେଇ ଗୀତ ପାଇଁ ଦିନେ ତାଙ୍କ ସଂସାର ଉଜୁଡ଼ି ଯାଇଥିଲା। ତାଙ୍କର ପ୍ରଥମ ବିବାହ ପଶ୍ଚିମବଙ୍ଗରେ ହୋଇଥିଲା।  ତାଙ୍କର ବୈବାହିକ ଜୀବନ ସେତେ ଭଲ ନ ଥିଲା। ରାନୁ ୨୦ ବର୍ଷ ବୟସରେ କ୍ଲବରେ ଗୀତ ଗାଉଥିଲେ। ତାଙ୍କ ଗୀତ ଖୁବ୍‌ ଲୋକପ୍ରିୟ ଥିଲା ସେତେବେଳେ। ହେଲେ ତାଙ୍କର ସ୍ୱାମୀ ଏହାକୁ ଭଲରେ ଗ୍ରହଣ କରିପାରୁ ନ ଥିଲେ। ଇତି ମଧ୍ୟରେ ରାନୁ ଦୁଇଟି ସନ୍ତାନ (ଗୋଟିଏ ପୁଅ ଓ ଗୋଟିଏ ଝିଅ)ର ମା’  ହୋଇ ସାରିଥିଲେ। ତେବେ ରାନୁ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଦୂରତା ଏତେ ବଢି ଯାଇଥିଲା ଯେ ଶେଷରେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

ସାଂସାରିକ ଜୀବନ ଉଜୁଡ଼ି ଯିବା ପରେ ଭାଙ୍ଗି ପଡ଼ିଥିଲେ ରାନୁ। ଗୀତ ଗାଇବା ବନ୍ଦ କରିଦେଲେ। ପ୍ରାୟ ୨୦୦୦ ମସିହା ବେଳକୁ ସେ ମୁମ୍ବାଇ ପଳାଇ ଆସିଲେ। ତାଙ୍କର ସୌଭାଗ୍ୟ, ଏଠାରେ ଫିରୋଜ ଖାନ୍‌ଙ୍କ ପରି ଜଣେ ସୁପରଷ୍ଟାରଙ୍କ ଘରେ ତାଙ୍କୁ ଚାକିରି ମିଳି ଯାଇଥିଲା। ସେଠାରେ ବବୁଲ୍‌ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବବୁଲ୍ ମଧ୍ୟ ପଶ୍ଚିମ ବଙ୍ଗର ବାସିନ୍ଦା ଥିଲେ। ସେ ଏକ ହୋଟେଲରେ କାମ କରୁଥିଲେ। ପରେ ସେ ରାନୁଙ୍କୁ ବିବାହ କରିଥିଲେ।

କିଛି ଦିନ ଖୁବ୍‌ ଭଲରେ କଟିଗଲା। ପୁଣି ମାଡ଼ି ଆସିଲା ଦୁର୍ଭାଗ୍ୟ। ୨୦୦୩ରେ ବବ୍‌ଲୁଙ୍କର ହଠାତ୍‌ ମୃତ୍ୟୁ ଘଟିଲା। ବବ୍‌ଲୁଙ୍କ ବିଚ୍ଛେଦ ସହି ପାରି ନ ଥିଲେ ରାନୁ। ମୁମ୍ବାଇ ଛାଡ଼ି ପୁଣି ପଳାଇ ଆସିଲେ ପଶ୍ଚିମ ବଙ୍ଗ। ତା ପରଠାରୁ ଦୁଃଖ ତାଙ୍କ ପିଛା ଛାଡ଼ି ନ ଥିଲା। ଏଠି ସେଠି ବୁଲୁଥିଲେ, ଗୀତ ଗାଇ ଯାହା ପାଉଥିଲେ, ସେଥିରେ  କୌଣସି ପ୍ରକାରେ ଚଳି ଯାଉଥିଲେ।

ଯାହା ହେଉ, ଯେଉଁ ଗୀତ ପାଇଁ ତାଙ୍କ ସଂସାର ଦିନେ ଉଜୁଡ଼ି ଯାଇଥିଲା ସେହି ଗୀତ ତାଙ୍କ ଅନ୍ଧକାରମୟ ଜୀବନକୁ ଆଲୋକିତ କରିଦେଲା। ରାଣାଘାଟର ଏକ ରେଲୱେ ଷ୍ଟେଶନରେ ସବୁଦିନ ପରି ସେଦିନ ମଧ୍ୟ ଗୀତ ଗାଉଥିଲେ। ସପ୍ଟଓୟାର ଇଞ୍ଜିନିୟର ଅତୀନ୍ଦ୍ର ଚକ୍ରବର୍ତ୍ତୀ ତାଙ୍କର ଏହି ଗୀତକୁ ରେକର୍ଡିଂ କରି ସୋଶାଲ ମିଡ଼ିଆରେ ଛାଡ଼ିଥିଲେ।

ଧନ୍ୟବାଦ ଅତୀନ୍ଦ୍ର ଆଉ ଧନ୍ୟବାଦ ସୋଶାଲ ମିଡିଆ, ଯାହା ପାଇଁ ରାନୁ ଆଜି ନୂଆ ଜୀବନ ପାଇଛନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like