କରୋନା ଭ୍ୟାକ୍ସିନ୍‌ ଆସିଲେ କେତେ ହେବ ଏହାର ଦାମ୍ ?

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଦ୍ୱାରା ପ୍ରାୟ ୪.୫ କୋଟି ଲୋକ ଆକ୍ରାନ୍ତ ହେଲେଣି । ୧୧ ଲକ୍ଷ ଲୋକ ପ୍ରାଣ ହରାଇଲେଣି ।ସଂକ୍ରମଣ ବୃଦ୍ଧି ପାଉଥିବାବେଳେ, ଏଥିରୁ ରକ୍ଷା ପାଇବା ଲାଗି ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଆବଶ୍ୟକ । ଏଥିପାଇଁ କରୋନା ଟିକାକୁ ବିଶ୍ୱବାସୀ ଅପେକ୍ଷା କରିଛନ୍ତି ।

ତେବେ କରୋନା ଟିକାର ଦର କେତେ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।  ପୂର୍ବରୁ ସରକାର କରୋନା ଟିକା ଲାଗି ୫୧ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି । ଗୋଟିଏ ଡୋଜ୍ ପାଇଁ ୪୫୦ରୁ ୫୫୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ହେଲେ ବାସ୍ତବରେ କରୋନା ଟିକାର ଦାମ୍ କେତେ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହି।  ଏବେ କୁହାଯାଉଛି କରୋନା ଟିକା ଦାମ୍ ୪୫୦ରୁ ୫ ହଜାର ୫୦୦ ଟଙ୍କା ଭିତରେ ପଡ଼ିବ।

ସାରା ବିଶ୍ୱରେ କରୋନା ଟିକା mRNA-1273 ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ମଡର୍ଣ୍ଣା ପକ୍ଷରୁ କୁହାଯାଇଛି ଯେ, ଗୋଟିଏ ଡୋଜ୍ ଟିକାର ଦାମ୍ ୨୭୩୮ ଟଙ୍କା ପଡ଼ିବ । ଏଣୁ ୨ ଡୋଜ୍ ଟିକାର ଦାମ୍ ୫୫୦୦ ହୋଇଯିବ । ତେବେ ଡବଲ ଡୋଜ୍ ଟିକା ନେବା ଫଳରେ କୋଭିଡ୍-୧୯ ବିରୋଧରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇପାରିବ।

You might also like