ଭାରତୀୟ ବଂଶୋଦ୍ଭବ ହରି ଶୁକ୍ଳାଙ୍କୁ ମିଳିବ ପ୍ରଥମ କରୋନା ଭାକ୍ସିନ

ନୂଆଦିଲ୍ଲୀ: ବ୍ରିଟେନ୍‌ରେ କରୋନା ଟିକା ଫାଇଜର ଲୋକଙ୍କୁ ଦେବା ପାଇଁ ଅନୁମତି ମିଳିବ। ୟୁରୋପର ପ୍ରଥମ ଦେଶ ବ୍ରିଟେନ ଯିଏ କରୋନା ବିରୋଧରେ ଏହି ଯୁଦ୍ଧ ଲଢିବାକୁ ଯାଉଛି। ତେବେ ବ୍ରିଟେନରେ ଫାଇଜର ଟିକା ପ୍ରଥମେ କାହାକୁ ଦିଆଯିବ ଜାଣନ୍ତି ? ପ୍ରଥମ ଟିକେ ନେବେ ଜଣେ  ଭାରତୀୟ ବଂଶୋଦ୍ଭବ। ଭାରତୀୟ ମୂଳ ତଥା ବ୍ରିଟେନ ବାସିନ୍ଦା ହରି ଶୁକ୍ଳା ନେବେ ପ୍ରଥମ କରୋନା ଟିକା ।

ହରି ଶୁକ୍ଳା ବ୍ରିଟେନ୍‌ର ଟେନରେ ରୁହନ୍ତି। ଲଣ୍ଡନର ଏକ ଡାକ୍ତରଖାନାରେ ତାଙ୍କୁ ଏହି ଔଷଧ ଦିଆଯିବ। ୮୭ ବର୍ଷୀୟ ହରିଙ୍କୁ ଏହି ସୂଚନା ଫୋନ ଯୋଗେ ଦିଆଯାଇଥିଲା। ଏହି ଖବର ଶୁଣିବା ପରେ ସେ ବହୁତ ଖୁସି ହୋଇଥିଲେ। ତେବେ ତାଙ୍କୁ ଭୟ ଲାଗୁଛି କି ବୋଲି ପଚରା ଯିବାରୁ ଆଦୌ ନର୍ଭସ ନାହାନ୍ତି ବୋଲି କହିଥିଲେ। ତାଙ୍କୁ ଏହି ଭାକ୍ସିନର ୨ଟି ଡୋଜ ଦିଆଯିବ। ହରିଙ୍କ ସହ ତାଙ୍କ ପତ୍ନୀ ୮୩ ବର୍ଷ ବୟସ୍କା ରଞ୍ଜନ ମଧ୍ୟ ଭାକ୍ସିନ ନେବେ।

ହରି ଶୁକ୍ଳା ଉଗାଣ୍ଡାରେ ଜନ୍ମ ଗ୍ରହଣ କରିଥିଲେ। ୭୦ ଦଶକରେ ସେ ନିଜ ପରିବାର ସହ ବ୍ରିଟେନ ଚାଲି ଆସିଥିଲେ। ଏଠାରେ ଜଣେ ଶିକ୍ଷକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି। ଏପରିକି ତାଙ୍କୁ ଅଞ୍ଚଳର ହୀରା ବୋଲି କହନ୍ତି।

ସ୍ଥାନୀୟ ଅଞ୍ଚଳରେ ସମାଜସେବା କାମରେ ହରି ଶୁକ୍ଳା ସବୁବେଳେ ଆଗରେ ଥାଆନ୍ତି। ତାଙ୍କର ଏହି କାମ ପାଇଁ ଅନେକ ପୁରସ୍କାର, ସମ୍ମାନ ପାଇଛନ୍ତି।

ସୂଚନାଥାଉ କି, କରୋନାରେ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସେତିକି ନୁହେଁ, ଏହାଯୋଗୁ ସାରା ବିଶ୍ୱର ଅର୍ଥନୀତି ଭୁଶୁଡ଼ି ଯିବାକୁ ବସିଲାଣି।

 

You might also like