ସଂସଦ ଭବନ ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ଦାନ !

ଏକ ଭବ୍ୟ ଇମାରତ। କୋଟି କୋଟି ଟଙ୍କା ବ୍ୟୟରେ ନିମିତ ଏହି କୋଠା ଯେତିକି ସୁନ୍ଦର ସେତିକି ସୁରକ୍ଷିତ।  ଏହାକୁ କୁହାଯାଏ କନାସେଟ। ହଁ, ଏଠି ଆମେ ଇସ୍ରାଏଲର ସଂସଦ ଭବନ କଥା କହୁଛୁ।  ଜାଣନ୍ତି କିପରି ତିଆରି ହୋଇଛି ଏହି ଭବ୍ୟ ଇମାରତ୍ । ଏହି ସୁନ୍ଦର କୋଠା ନିର୍ମିତ ହୋଇଛି ଦାନରେ ଆଉ ଏହି ଅର୍ଥ ଦାନ କରିଥିଲେ ଜଣେ  ବିଟ୍ରିଶ ଇହୁଦୀ।

ଦୀର୍ଘଦିନର ସଂଘର୍ଷ ପରେ ଇସ୍ରାଏଲ ୧୯୪୮ରେ ଏକ ଦେଶର ମାନ୍ୟତା ପାଇଥିଲା।  ଇସ୍ରାଏଲ ତାର ପ୍ରକୃତ ଯାତ୍ରା ସ୍ୱାଧୀନତା ପରେ  ହିଁ ଆରମ୍ଭ କରିଥିଲା। ସେତେବେଳେ କିଛି ନ ଥିଲା ଦେଶରେ। ଏପରକି ସେତେବେଳେ ଇସ୍ରାଏଲ ପାଖରେ ସଂସଦ ଭବନ ବି ନଥିଲା।

୧୯୪୯ରେ ଇସ୍ରାଏଲରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା। ସେତେବେଳେ ଇସ୍ରାଲରେ ଲୋକସଂଖ୍ୟା ଥିଲା ମାତ୍ର  ସାଢେ ୬ ଲକ୍ଷ। ପ୍ରଥମ ନିର୍ବାଚନରେ ୧୨୦ ଜଣ ସାଂସଦ ନିର୍ବାଚିତ ହୋଇଥିଲେ।  ଏବେ ଏଠାରେ ଲୋକସଂଖ୍ୟା ୯୦ ଲକ୍ଷରେ ପହଞ୍ଚିଲାଣି।

ତେବେ ଇସ୍ରାଏଲର ସଂସଦ ଭବନକୁ କାହିଁକି କୁହାଯାଏ କନାସେଟ୍‌ ? ଏହା ପଛରେ ଏକ କାହାଣୀ ରହିଛି। ଏଠିକା ଲୋକଙ୍କ ମନରେ ବିଶ୍ୱାସ ରହିଛି ପ୍ରାଚୀନ  ଇସ୍ରାଏଲରେ ୧୨୦ ଜଣ ବିଦ୍ୱାନ ଏବଂ ସନ୍ଥଙ୍କର ଏକ ସଭା ଥିଲା। ଏହି ସଭା ହିଁ ଦେଶକୁ ପରିଚାଳନା କରୁଥିଲା। ଏହି ସଭାକୁ ସେତେବେଳେ କନାସେଟ ବୋଲି କୁହାଯାଉଥିଲା। ସେହି ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଏହି ଭବନର ନାମ ରଖାଯାଇଛି କନାସେଟ୍‌। ଏହି ଭବ୍ୟ ଭବନ ଇସ୍ରାଏଲରର ପଶ୍ଚିମ ଜେରୁଜେଲମର ଏକ ପାହାଡ ଉପରେ ରହିଛି।

ତେବେ କେମିତି ତିଆରି ହୋଇଥିଲା ଏହି ଭବନ ? କିଏ ଦେଇଥିଲା ଏହି ଦାନ ?

କୁହାଯାଏ ବ୍ରିଟେନର ଜଣେ ଇହୁଦି ଏହି ସଂସଦ ଭବନ ନିର୍ମାଣ ପାଇଁ ଦେଇଥିଲେ ଦାନ।  ଏଇ ଇହୁଦି ଜଣକ ହେଲେ ଜେମ୍ସ ଡି ରଥ୍‌ସଚାଇଲ୍‌ଡ। ସେ ବ୍ରିଟେନର ଜଣେ ସାଂସଦ ଥିଲେ ଏ। ସେଠିକାର ପ୍ରସିଦ୍ଧ ରଥ୍‌ସଚାଇଲ୍‌ଡ ପରିବାର ସହ ତାଙ୍କର ସମ୍ପର୍କ ଥିଲା।  ସେ ଇହୁଦି ହୋଇଥିବାରୁ ତାଙ୍କର ଇସ୍ରାଏଲ ପ୍ରତି ତାଙ୍କର ସ୍ୱତନ୍ତ୍ର ଭଲପାଇବା ଥିଲା।

ତେବେ ସେ ଏହି ଭବନ ନିର୍ମାଣ ପାଇଁ କେତେ ଟଙ୍କା ଦାନ କରିଛନ୍ତି ଜାଣନ୍ତି ?

ରାଇସଚାଲଇଲ୍‌ଡ ଏହି ଭବନ ନିର୍ମାଣ ପାଇଁ ସେତେବେଳେ ୬୦ ଲକ୍ଷ ଇସ୍ରାଏଲି ପାଉଣ୍ଡ ଦେବା ପାଇଁ ଘୋଷଣା କରିଥିଲେ। ଏତେ ଟଙ୍କା ଦାନ କଥା ଶୁଣି ଦେଶବାସୀ ତ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। କାରଣ ସେ ସମୟରେ ଏତେଟଙ୍କାର ପରିମାଣ ଯଥେଷ୍ଟ ଅଧିକ ଥିଲା।

ସୂଚନାଥାଉ କି, ଇସ୍ରାଏଲରେ ପ୍ରଚଳିତ ମୁଦ୍ରାକୁ ଇଜ୍ରାଏଲି ପାଉଣ୍ଡ କହନ୍ତି। ୧୯୮୦ରେ ଏହାର ନାମ ବଦଳି ସିକଲ୍‌ ରଖାଯାଇଥିଲା। ଏକ ସିକଲ ଭାରତୀୟ ମୁଦ୍ରାରେ୨୦ ଟଙ୍କା ୧୪ ପଇସା ସହ ସମାନ।

ରାଇସଚାଲଇଲ୍‌ଡ ଟଙ୍କା ଦେବା ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ୧୯୫୭ ମସିହାରେ। ନିର୍ମାଣ କାମ ଶେଷ ହେବା ପାଇଁ ୯ ବର୍ଷ ଲାଗିଗଲା। ଯେତେବେଳେ ଲୋକେ ଇସ୍ରାଏଲର ଏହି ବର୍ଗାକାର ଧଳାରଙ୍ଗର ଭବନକୁ ଦେଖିଲେ, ସତରେ ସ୍ତବ୍ଦ ହୋଇଗଲେ। ଏହାର ସାଜସଜ୍ଜାକୁ ଯେତିକି ଗୁରୁତ୍ୱ ଦିଆଯାଇଛି , ଏହାର ସୁରକ୍ଷା  ବ୍ୟବସ୍ଥାକୁ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଇଛି। ୨୦ ହଜାର ବର୍ଗମିଟର ଜମି ଉପରେ ଠିଆ ହୋଇଛି ଏହି ଭବନ। ମୁଖ୍ୟ ହଲ ସହିତ ଏଠାରେ ଛୋଟ ହଲ, ଛୋଟ ଛୋଟ କୋଠରୀ, ମିଟିଂ ରୁମ୍‌, ଲାଇବ୍ରେରୀ ସବୁ କିଛି ଅଛି ଏହା ଭିତରେ।

 

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like