ରାଜଧାନୀ ଦିଲ୍ଲୀରେ ଗର୍ଜିଲେ ଶ୍ରମିକ
ରାମଲୀଳା ମଇଦାନରେ କିଷାନ ସଙ୍ଗଠନ ପକ୍ଷରୁ ରାଲି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ଗର୍ଜିଲେ ଶ୍ରମିକ। ରାମଲିଲା ମଇଦାନରେ କିଷାନ ସଂଗଠନ ପକ୍ଷରୁ ସଂଘର୍ଷ ରାଲିର ଆୟୋଜନ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରୁ ଶ୍ରମିକ ଏହି ରାଲିରେ ଯୋଗ ଦେଇଛନ୍ତି।
ପାର୍ଲାମେଣ୍ଟ ରୋଡ୍ରୁ ବାହାରି ରାମ ଲିଲା ମଇଦାନ ଯାଏ ଏକ ବିଶାଳ ରାଲିର ଆୟୋଜନ ହୋଇଛି। ଶ୍ରମିକ ଆଇନକୁ କଡ଼ାକଡ଼ି ଲାଗୁ, ସଠିକ୍ ମଜୁରୀ, ଅଧିକ ନିଯୁକ୍ତି ଭଳି ଅନ୍ୟାନ ଦାବିକୁ ନେଇ ଶ୍ରମିକ ସଂଘ ଆନ୍ଦୋଳନ କରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଶ୍ରମିକ। ରାଲିକୁ ବିଭିନ୍ନ ବାମ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି।