‘ଆନ୍ଦୋଳନରେ ୧୧ ଚାଷୀଙ୍କ ଜୀବନ ଗଲାଣି, ଆଉ କେତେଜଣ ଆହୁତି ଦେବେ ?’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମିଡିଆ ରିପୋର୍ଟରେ ଅନୁସାରେ, ଚାଷୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଚାଷୀ ଆଖି ବୁଜି ସାରିଲେଣି। ମୃତ ଚାଷୀମାନେ ପଞ୍ଜାବ ଓ ହରିଆନାର ଭିନ୍ନ ଭିନ୍ନ ଅଞ୍ଚଳର ନିବାସୀ। କିଛି ଦିନ ତଳେ ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ କହିଥିଲେ, ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ସହୟତା ଦିଆଯିବ।

କଂଗ୍ରେସର ପୂର୍ବ ଅଧ୍ୟକ୍ଷଙ୍କ ଦ୍ୱାରା ଶେୟାର କରାଯାଇଥିବା ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ ତନ୍ନା ସିଂହ, ଜନକରାଜ, ଗଜନ ସିଂହ, ଗୁରଜଣ୍ଟ ସିଂହ, ଲଖବୀର ସିଂହ, ସୁରେନ୍ଦ୍ର ସିଂହ, ମେବା ସିଂହ, ରାମମେହର, ଅଜୟ କୁମାର, କିତାବ ସିଂହ ଏବଂ କୃଷ୍ଣ ଲାଲ ଗୁପ୍ତା।
ଏହ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି, ଚାଷୀ ଆନ୍ଦୋଳନରେ ୧୧ ଜଣ ଜଣ ଚାଷୀ ଆଖି ବୁଜିଲେଣି। ଆଉ କେତେଜଣଙ୍କୁ ଆହୁତି ଦେବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ‘ ଦେଶର ଚାଷୀ ଚାହୁଁଛନ୍ତି, ପଞ୍ଜାବ ଚାଷୀଙ୍କ ପରି ସେମାନଙ୍କ ଆୟ ମଧ୍ୟ ବଢୁ। କିନ୍ତୁ ମୋଦି ସରକାର ଚାହୁଁଛନ୍ତି ଦେଶର ସବୁ ଚାଷୀଙ୍କ ଆୟ ବିହାର ଚାଷୀଙ୍କ ପରି ହେଉ।’

ରାହୁଲ ବିଭିନ୍ନ ପ୍ରଦେଶର ଚାଷୀଙ୍କ ହାରାହାରୀ ଆୟ ସମ୍ପର୍କିତ ଏକ ଗ୍ରାଫ୍‌  ଟୁଇଟ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ପଞ୍ଜାବର ପ୍ରତ୍ୟେକ ଚାଷୀଙ୍କ ଆୟ ୨, ୧୬, ୭୦୮ (ବାର୍ଷିକ)ଯାହା ଦେଶରେ ସବୁଠାରୁ ଅଧିକ। ଏକଥା ମଧ୍ୟ ଦର୍ଶାଯାଇଛି ଯେ ବିହାରର  ଚାଷୀଙ୍କ ଆୟ ବାର୍ଷିକ୪୨, ୬୮୪( ବାର୍ଷିକ)ଯାହା ଦେଶର ଅନ୍ୟ ପ୍ରାନ୍ତର ଚାଷୀଙ୍କ ତୁଳନାରେ ବହୁତ କମ୍।

You might also like