ଚାଷୀଙ୍କୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କେନ୍ଦ୍ର ସରକାରଙ୍କୁ ପ୍ରତ୍ୟେକ ଦିନ ଟାର୍ଗେଟ କରିବାରେ ବ୍ୟସ୍ତ ବିରୋଧୀ। ସୀମାରେ ଚାଷୀ ମୃତ୍ୟୁକୁ ନେଇ ହେଉ କିମ୍ବା ଆଇନ ପରିବର୍ତ୍ତନ ଲାଗି କେନ୍ଦ୍ର ମନାକରିବା କଥା ହେଉ। କେନ୍ଦ୍ରକୁ ଷଣ୍ଢୁଆସି ଆକ୍ରମଣ କରିବାର କୌଣସି ବାଟ ଛାଡୁନାହାନ୍ତି ବିରେଧୀ। ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାର ଉପରେ ଗର୍ଜିଛନ୍ତି।
ଉଭୟ ନେତା କହିଛନ୍ତି କି କେନ୍ଦ୍ର ଜାଣିଶୁଣି ଚାଷୀଙ୍କ କଥାକୁ ଶୁଣୁନାହିଁ। ସେମାନେ ରାଜରାସ୍ତାରେ ବର୍ଷା ଓ କାକରରେ ଆନ୍ଦୋଳନ କରୁଥିବା ବେଳେ ଏଠି ଚେଇଁ ଶୋଇଛି କେନ୍ଦ୍ର। ଏତେଦିନ ହେଲାଣି ଚାଷୀମାନେ ଆନ୍ଦୋଳନ କରୁଛନ୍ତି କିନ୍ତୁ କେନ୍ଦ୍ର ପକ୍ଷରୁ ଧାରଣା ସ୍ଥଳକୁ କୌଣସି ମନ୍ତ୍ରୀ ନଯିବା ଦୁର୍ଭାଗ୍ୟଜନକ। କେବଳ ଗଣାମଧ୍ୟମ ଜରିଆରେ ଆମେ ଆଲୋଚନା କରୁଛି ବୋଲି କହୁଛନ୍ତି। କିନ୍ତୁ ସେମିତି କୌଣସି ଠୋସ ଆଲୋଚନା ହେଉନଥିବା ଉଭୟ ନେତା ଅଭିଯୋଗ କରିଛନ୍ତି।
सर्दी की भीषण बारिश में
टेंट की टपकती छत के नीचे
जो बैठे हैं सिकुड़-ठिठुर कर
वो निडर किसान अपने ही हैं, ग़ैर नहीं
सरकार की क्रूरता के दृश्यों में
अब कुछ और देखने को शेष नहीं#KisanNahiToDeshNahi pic.twitter.com/DzWsLXygVf— Rahul Gandhi (@RahulGandhi) January 4, 2021
ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, “ଯେଉଁମାନେ ଶୀତକାକରରେ ରାସ୍ତା ଉପରେ ବସିଛନ୍ତି ସେମାନେ ଆମ ଦେଶର ପ୍ରକୃତ ଚାଷୀ। ଅନ୍ୟ ଦେଶର ଚାଷୀ ବୋଲି ବୋଧୁଏ କେନ୍ଦ୍ର ସରକାର ଭାବୁଛନ୍ତି। କେବଳ ଏତିକି ନୁହେଁ ବରଂ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଆନ୍ଦୋଳନରତ ଚାଷୀଙ୍କୁ ଯେଉଁମାନେ ଦେଖିବେ ସେମାନେ ବି ଚିନ୍ତିତ ହେବେ। କିନ୍ତୁ କେନ୍ଦ୍ର ସରକାର ନିଦ୍ରାରେ ଅଛନ୍ତି। ସରକାର ଏତେ ନିଷ୍ଠୁର ହେବା ଉଚିତ ନୁହେଁ ବୋଲି ରାହୁଲ କହିଛନ୍ତି।
सरकार एक तरफ तो किसानों को बातचीत के लिए बुलाती है दूसरी तरफ इस कड़कड़ाती ठंड में उन पर आंसू गैस के गोले बरसा रही है। इसी अड़ियल और क्रूर व्यवहार की वजह से अब तक लगभग 60 किसानों की जान जा चुकी है।
किसान कैसे विश्वास करे इस क्रूर सरकार पर? pic.twitter.com/j4QEq2tyin
— Priyanka Gandhi Vadra (@priyankagandhi) January 4, 2021
ସେପଟେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, “ଗୋଟିଏ ପଟେ କେନ୍ଦ୍ର ଚାଷୀଙ୍କ ସହ ଆଲୋଚନା କରିବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଉଛି କିନ୍ତୁ ଆଲୋଚନାରୁ ଜାଣିଶୁଣି କୌଣସି ନିଷ୍କର୍ସ ବାହାର କରୁନାହିଁ। ଶୀତ ଥଣ୍ଡାରେ ଯେଉଁଠି ଆମେ ଘରୁ ବାହାରିବାକୁ ଇଚ୍ଛା କରୁନାହାନ୍ତି ସେହି ସମୟରେ ଖୋଲା ଆକାଶ ତଳେ ଚାଷୀମାନେ ଧାରଣାରେ ବସିଛନ୍ତି। କେନ୍ଦ୍ର ସରକାରଙ୍କ ଜିଦି ଲାଗି ଏପର୍ଯ୍ୟନ୍ତ ୬୦ ଜଣ ଚାଷୀ ପ୍ରାଣ ହରାଇଛନ୍ତି। ଯେଉଁଠି ବାରମ୍ବାର ଚାଷୀଙ୍କୁ ଧୋକା ଦେଇଛି କେନ୍ଦ୍ର , ଏମିତି ଏକ ସରକାର ଉପରେ କେମିତି ବିଶ୍ୱାସ ଲୋକମାନେ କରିବେ” ବୋଲି ଶ୍ରୀମତି ଭଦ୍ରା ପ୍ରଶ୍ନ କରିଛନ୍ତି।