କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

ନୂଆଦିଲ୍ଲୀ: ସଂସଦରେ ପାରିତ ହେବା ସତ୍ତ୍ୱେ କୃଷି ବିଲକୁ ଜାରି ରହିଛି ବିରୋଧ। ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । କୃଷକମାନେ ଅନେକ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି। ଟ୍ରାକ୍ ଉପରେ ମଧ୍ୟ ଚାଷୀମାନେ ବସି ରହିଛନ୍ତି । ଏଥିଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

ସଂସଦେର ପାରିତ ୩ କୃଷିବିଲକୁ ବିରୋଧ କରି ଭାରତର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (MSP) ପ୍ରଦାନ ଦାବିରେ କୃଷକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅଲ ଇଣ୍ଡିଆ ଫାର୍ମର ୟୁନିୟନ  (AIFU), ଭାରତୀୟ କିଶାନ ୟୁନିୟନ (BKU), ଅଲ ଇଣ୍ଡିଆ କିଶାନ ମହାସଂଘ(AIKM), ଅଲ ଇଣ୍ଡିଆ  କିଶାନ ସଂଘର୍ଷ କୋ-ଅର୍ଡିନେଶନ କମିଟି(AIKSCC) ସହ ଅନ୍ୟାନ୍ୟ ସଂଗଠନ ଏହି ଆନ୍ଦାଳନରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀର ଦେଶର ବିଭିନ୍ନ ସ୍ଥାନରେ ରୋଡ ବ୍ଲକ, ରାଲି, ରେଳରୋକ କରାଯାଉଛି।  ପରସ୍ଥିତିକୁ ଦେଖି ପଂଜାବକୁ ୨୫ ଯୋଡା ଟ୍ରେନ୍ ବାତିଲ କରାଯାଇଛି । ଗତକାଲି ମଧ୍ୟ କୃଷିବିଲ୍କୁ ବିରୋଧ କରି ପଂଜାବ ଓ ହରିଆଣାରେ ପ୍ରତିବାଦ ହୋଇଥିଲା । ଚାଷୀମାନେ ବିଭିନ୍ନ ସ୍ଥାନରେ ରେଳରୋକୋ କରିଥିଲେ।

ବିଶେଷ କରି ପଞ୍ଜାବର ଏହି ବନ୍ଦ ଡାକରାରେ ୩୧ଟି କିଶାନ ସଂଗଠନ ହାତ ମିଳାଇଛନ୍ତି। ସେହିପରି ହରିଆନାର ଭାରତୀୟ କିଶାନ ୟୁନିୟନ ସମେତ ଅନେକ ସଂଗଠନ ଆନ୍ଦୋଳନରେ ସାମିଲ ହୋଇ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା କହିଛନ୍ତି।

ପଞ୍ଜାମ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆନ୍ଦୋଳନ ସମୟରେ କରୋନା ଭାଇରସ ସଂକ୍ରମଣକୁ ନେଇ ଜାରି ଗାଇଡ ଲାଇନ ମାନିବାକୁ ଚାଷୀମାନଙ୍କୁ ଆବେଦନ କରିଛନ୍ତି। ରାଜ୍ୟ ସରକାର ଏହି ବିଲ ବିରାଧୀ ଆନ୍ଦୋଳନରେ କୃଷକଙ୍କ ସହ ଅଛନ୍ତି। ଏପରିକି ଧାରା ୧୪୪ ଉଲ୍ଲଘଂନ ପାଇଁ ପ୍ରାଥମିକ ମାମଲା ଦାଏର ହେବ ନାହିଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

You might also like