ମଣିଷ ମାନୁନି, ମାଙ୍କଡ଼ ମାନୁଛି ସାମାଜିକ ଦୂରତା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ବାରମ୍ବାର ଲକ୍‌ଡାଉନ୍‌ ଏବଂ ସାମାଜିକ ଦୂରତାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଉଛି। ଏଭଳି କରିବା ସତ୍ତ୍ୱେ ଲୋକେ ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି।

ଏଭଳି କଠିନ ସମୟରେ ଯେଉଁଠି ମଣିଷ ବୁଝିପାରୁନି,  କଥା କହିପାରୁନଥିବା ମାଙ୍କଡ଼ମାନେ ଅନ୍ୟମାନଙ୍କ ପାଇଁ ଉଦହାରଣ ସାଜି ମଣିଷମାନଙ୍କୁ ଏକ ଶିକ୍ଷା ଦେଉଛନ୍ତି। ରାସ୍ତାରେ ଅଲଗା ଅଲଗା ହୋଇ ବସିଥିବା ମାଙ୍କଡ଼ମାନଙ୍କର ଏପରି ଏକ ଫଟୋକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସେୟାର କରିଛନ୍ତି।

ଫଟୋରେ ଦେଖିବାକୁ ମଳିଛି, କିଛି ମାଙ୍କଡ ପରସ୍ପର ମଧ୍ୟରେ ଦୂରତା ରଖି ବସିଛନ୍ତି। ଯେପରି ସେମାନେ ସାମାଜିକ ଦୂରତା ଅନୁସରଣ କରିବାକୁ ମଣିଷକୁ ବାର୍ତ୍ତା ଦେଉଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ଏହି ମାଙ୍କଡମାନଙ୍କୁ ତରଭୁଜ ଓ କଦଳୀକୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି।

ଫଟୋଟିକୁ ସେୟାର କରି କିରଣ ରିଜିଜୁ କହିଛନ୍ତି , ଆସାମ-ଅରୁଣାଚଳ ସୀମାରେ ଥିବା ଭାଲୁକପଙ୍ଗ ନିକଟରେ ମାଙ୍କଡ଼ମାନେ ସମ୍ପୂର୍ଣ୍ଣ ସାମାଜିକ ଦୂରତା ଦେଖିବାକୁ ମିଳୁଛି। ଯଦି ଆମେ ଧ୍ୟାନର ସହ ଏହାକୁ ଦେଖିବା, ଆମେ ପଶୁମାନଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପାଇପାରିବା।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like