କିନ୍ନରଙ୍କ ପାଖରେ ରହିଛି ଆଧ୍ୟାତ୍ମିକ ଶକ୍ତି, ମୃତ୍ୟୁ ଆସିବା ପୂର୍ବରୁ ସେମାନେ ଆଗୁଆ ଜାଣିପାରନ୍ତି..!

ଘରେ ବିବାହ ବ୍ରତ ଉତ୍ସବ କିମ୍ବା ସନ୍ତାନ ଜନ୍ମ ହେଲେ କିନ୍ନରମାନେ ଆସି ପହଞ୍ଚିଯାଆନ୍ତି। ସେ ତାଙ୍କ ଷ୍ଟାଇଲରେ ଗୀତ ବୋଲନ୍ତି, ନାଚ କରନ୍ତି ଆଉ ଆର୍ଶୀବାଦ ଦେଇ, ବକ୍ସିସ ଧରି ନିଜ ଦୁନିଆକୁ ଫେରିଯାଆନ୍ତି। ଏମିତିକି ଟ୍ରାଫିକ ସିଗନାଲରେ ମଧ୍ୟ କିନ୍ନର ମାନେ କାର କାଚ ବାଡ଼େଇ ପଇସା ମାଗୁଥିବା ସମସ୍ତେ ଦେଖିଛନ୍ତି। ତେବେ ସାଧାରଣ ଯୌନକ୍ରିୟାଠାରୁ ଭିନ୍ନ ଯୌନ ସମ୍ବନ୍ଧ ରଖିବାକୁ ପସନ୍ଦ କରୁଥିବା କିନ୍ନରମାନଙ୍କ ଦୁନିଆ କିଛି ଭିନ୍ନ। ଯେଉଁଠିକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ। ଏମିତିକି ତାଙ୍କ ଅନ୍ତିମ ସଂସ୍କାରର ପରମ୍ପରା ବିଷୟରେ ଖୁବ୍ କମ ଲୋକ ଜାଣନ୍ତି।

ବିଶ୍ୱାସ ରହିଛି ଯେ, କିଛି କିନ୍ନରଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ରହିଛି। ଯାହାଦ୍ୱାରା ସେମାନେ ନିଜର ମୃତ୍ୟୁ ଆସିବାର ଆଭାସ ପୂର୍ବରୁ ପାଇଥାନ୍ତି। ମୃତ୍ୟୁ ପାଖେଇ ଆସିଲାଣି ବୋଲି ଅନୁଭବ ହେବା ପରେ ସେହି କିନ୍ନର ଘରୁ ବାହାରିବା ବନ୍ଦ କରିଦେଇଥାଏ। ଏମିତିକି ଖାଦ୍ୟ ପେୟ ନେବା ମଧ୍ୟ ବନ୍ଦ କରିଦିଅନ୍ତି। ଏହି ସମୟରେ ସେମାନେ କେବଳ ପାଣି ପିଇଥାନ୍ତି ଓ ନିଜ ପାଇଁ ତଥା ଅନ୍ୟ କିନ୍ନରମାନଙ୍କ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରନ୍ତି। ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ଯେ, ତାଙ୍କୁ ପୁଣିଥରେ କିନ୍ନର ଭାବେ ଜନ୍ମ ନ ଦିଅନ୍ତୁ। ଆଖପାଖରେ ରହୁଥିବା ଅନ୍ୟ କିନ୍ନରମାନେ, ସେହି ମୃତ୍ୟୁଶଯ୍ୟାରେ ପଡ଼ିଥିବା କିନ୍ନରଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଆସିଥାନ୍ତି। ସେମାନେ ବିଶ୍ୱାସ ରଖନ୍ତି ଯେ, ମରିବାକୁ ଯାଉଥିବା କିନ୍ନରଙ୍କ ‍ଆଶୀର୍ବାଦ ଜୀବନରେ ବଡ଼ ପ୍ରଭାବ ପକାଇଥାଏ। ତାଙ୍କ ଆଶୀର୍ବାଦ ବହୁତ ଶକ୍ତିଶାଳି।

ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରର ଖବର କିମ୍ବା କୌଣସି କିନ୍ନରର ମୃତ୍ୟୁ ଖବର ଯେଭଳି ସାଧାରଣ ଲୋକଙ୍କ କାନରେ ନପଡ଼େ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଏ। ଯେଉଁଠାରେ କିନ୍ନରର ମୃତଦେହ ପୋତାଯାଏ ସେଠାକାର ଅଧିକାରୀମାନଙ୍କୁ ମଧ୍ୟ ପୂର୍ବରୁ ଏନେଇ ସୂଚନା ଦିଆଯାଇଥାଏ କି ଏହି ଘଟଣା ଯେଭଳି ଗୁପ୍ତ ରୁହେ।

ତେବେ ସବୁଠାରୁ ବଡ଼ କଥା ହେଲା କିନ୍ନରର ମୃତ୍ୟୁ ପରେ ତାଙ୍କୁ ଚାରି କାନ୍ଧରେ ‍ବୋହି ନିଆଯାଏ ନାହିଁ। ବରଂ ମୃତଦେହକୁ ଠିଆ କରି ଅନ୍ତିମ ସଂସ୍କାର କରିବାକୁ ନିଆଯାଏ। ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ଯଦି କୌଣସି ସାଧାରଣ ଲୋକ କିନ୍ନରର ମୃତଦେହ ଦେଖିଦେଲେ ତେବେ ମୃତକ ପୁଣି ଥରେ କିନ୍ନର ଜନ୍ମ ପାଇଥାଏ। ତେଣୁ ଏହାକୁ ସେମାନେ ଗୁପ୍ତ ଭାବେ ସମାପନ କରିଥାନ୍ତି।

କିନ୍ନରମାନେ ନିଜ ଜୀବନକୁ ଏତେ ଅଭିଶପ୍ତ ବୋଲି ଭାବିଥାନ୍ତି ଯେ, ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କୁ ଜୋତା ଚପଲରେ ମାରିଥାନ୍ତି। ଏମିତିକି ଅସଭ୍ୟ ଗାଳିଗୁଲୋଜ ମଧ୍ୟ କରିଥାନ୍ତି। ଏଭଳି କରିବାର ଉଦ୍ଦେଶ୍ୟ ଯେ, ଯଦି ବଞ୍ଚିଥିବା ବେଳେ ସେ କୌଣସି ପାପ କରିଥିବ ତେବେ ଏହାଦ୍ୱାରା ତାର ପ୍ରାୟଶ୍ଚିତ ହୋଇଯିବ ଏବଂ ସାଧାରଣ ମଣିଷ ଭାବେ ଜନ୍ମ ଗ୍ରହଣ କରିବ। ଯଦି ଗୋଟିଏ କିନ୍ନରର ମୃତ୍ୟୁ ହେଉଛି ତେବେ ଆଖପାଖରେ ଯେତେ ବୟସ୍କ କିନ୍ନର ଥାନ୍ତି ସମସ୍ତେ ମୃତକ ପାଇଁ ପୁରା ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରାର୍ଥନା କରନ୍ତି ଓ ବ୍ରତ ରଖନ୍ତି।

କିନ୍ନରମାନଙ୍କ ଶରୀରକୁ ପୋଡିବା ପରିବର୍ତ୍ତେ ପୋତା ଯାଇଥାଏ। ଅନ୍ତମ ସଂସ୍କାର ଗୁପ୍ତ ଏବଂ ସରଳ ଭାବେ କରାଯାଏ। ମୃତଦେହକୁ ଧଳା କପଡ଼ାରେ ଗୁଡ଼ାଇ ଦିଆଯାଏ। ଏହାର ଅର୍ଥ ହେଉଛି ମୃତକର ଏହି ଦୁନିଆ ସହ ସମସ୍ତ ସମ୍ପର୍କ ଶେଷ ହୋଇଛି। ପାଟିରେ କୌଣସି ଏକ ପବିତ୍ର ନଦୀର ଜଳ ଢ଼ାଳିବା ଭଳି ପରମ୍ପରା ମଧ୍ୟ ରହିଛି। ଏହାପରେ ମୃତଦେହକୁ ପୋତା ଯାଇଥାଏ।

ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କୌଣସି ସାଧାରଣ ବ୍ୟକ୍ତି ନଦେଖୁ, ସେଥିପାଇଁ ବିଳମ୍ବିତ ରାତିରେ ହିଁ ସମସ୍ତ ନୀତିକାନ୍ତି ସେମାନେ ପାଳନ କରିଥାନ୍ତି। ଯଦି ତାଙ୍କୁ ଟିକେ ବି ସନ୍ଦେହ ହେଲା ଯେ, କୌଣସି ବାହାର ଲୋକ ଅନ୍ତିମ ସଂସ୍କାର ଦେଖୁଛି, ତେବେ ଉକ୍ତ ବ୍ୟକ୍ତି ପାଇଁ ବଡ଼ ବିପଦ ସୃଷ୍ଟି ହୋଇପାରେ। କିନ୍ନରମାନେ ଉକ୍ତ ବ୍ୟକ୍ତିକୁ ଧରି ନିର୍ଧୁମ ଛଚନ୍ତି।

You might also like