କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ ଦ୍ୱନ୍ଦ୍ୱ, ସାମ୍ନାକୁ ଆସିଲା ସାଟେଲାଇଟ ଇମେଜ

ୱାଶିଂଟନ/ସିଓଲ: ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କେତେକ ରିପୋର୍ଟରେ କୁହାଯାଉଛି, ତାଙ୍କର ବ୍ରେନ ଡେଡ ହୋଇଯାଇଛି ତ ଆଉ କିଛି ରିପୋର୍ଟରେ କୁହାଯାଉଛି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ କିମ୍‌ଙ୍କ ସହ ଜଡ଼ିତ ଏକ ଖବର ସାମ୍ନାକୁ ଆସିଛି।

ଏକ ସ୍ୱତନ୍ତ୍ର ଟ୍ରେନ ଯାହାକି କିମଙ୍କର ବୋଲି କୁହାଯାଉଛି, ତାହା ଚଳିତ ସପ୍ତାହରେ ଉତ୍ତର କୋରିଆର ଏକ ରିସର୍ଟ ଟାଉନରେ ଦେଖିବାକୁ ମିଳିଥିଲା। ଏହି ସାଟେଲାଇଟ ଇମେଜ ୱାଶିଙ୍ଗଟନର ଉତ୍ତର କୋରିଆ ମନିଟରିଂ ପ୍ରୋଜେକ୍ଟ ଦ୍ୱାରା ଉଠା ଯାଇଛି।

ମନିଟରିଂ ପ୍ରୋଜେକ୍ଟ, ୩୮ Northର ସୂଚନା ଅନୁସାରେ, ଏପ୍ରିଲ ୨୧ ଓ ୨୩ରେ ଓନସନ ସ୍ଥିତ “leadership station” ରେ ଏହି ସ୍ୱତନ୍ତ୍ର ଟ୍ରେନଟି ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଷ୍ଟେସନଟି କିମ୍‌ଙ୍କ ପରିବାରର ସଦସ୍ୟଙ୍କ ପାଇଁ ରିଜର୍ଭ ହୋଇଥିଲା ବୋଲି ଜଣାପଡ଼ିଛି।

ତେବେ ଟ୍ରେନରେ କିମ୍‌ ଥିଲେ କି ନାହିଁ ଓ ଓନସନରେ ସେ ଏବେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Photo: Reuters

କୁହାଯାଉଛି, କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ କିମ୍‌ ଜୋଙ୍ଗ, ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ଜନ୍ମଦିନ ଭୋଜିରେ ଯୋଗଦେଇ ନ ଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଏପ୍ରିଲ ୧୧ରେ କିମ୍‌ଙ୍କ ଅଧ୍ୟକ୍ଷତାରେ ଏକ ମିଟିଂ ହୋଇଥିଲା ବୋଲି ଉତ୍ତର କୋରିଆର ଗଣମାଧ୍ୟମ ଶେଷଥର ପାଇଁ ରିପୋର୍ଟ କରିଥିଲା।

ଆହୁରି ପଢ଼ନ୍ତୁ

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

You might also like