କିମ୍‌ ଜୋଙ୍ଗଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର

ନୂଆଦିଲ୍ଲୀ:ଉତ୍ତର କୋରିଆ ବାଦଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଖବରର ଦେଖିବାକୁ ମିଳୁଛି। ଏପରିକି  ଚାଇନା ପରିଚାଳିତ ଏକ ଟିଭି ଚ୍ୟାନେଲ ପକ୍ଷରୁ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା କୁହାଯାଇଛି।

ଚାଇନାର ଏହି ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ତେଣୁ ଏହି ଖବରକୁ କେହି କେହି ବିଶ୍ୱାସ କରୁଥିଲେ ହେଁ ଏ ନେଇ ଚାଇନା ସରକାର  କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଉତ୍ତର ରଖିନାହାନ୍ତି।  ଅନ୍ୟଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,  କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଚୀନ ସରକାର ଏକ ମେଡିକାଲ ଟିମ ଉତ୍ତର କୋରିଆ ପଠାଇଛନ୍ତି। ତେବେ ଏହି ଖବର ମିଛ ହୋଇ ନ ପାରେ ବୋଲି ୱାର୍ଲଡ ଆଣ୍ଡ ନର୍ଥଇଷ୍ଟ ଏସିଆ ପିସ୍‌ ଫୋରମ୍‌ର ଚେୟାରମ୍ୟାନ ତଥା କୋରିଆ ଉପଦ୍ୱୀପ ବିଶେଷଜ୍ଞଙ୍କ କହିବା ପରେ ପୁଣି ଥରେ କିମ୍‌ ଜୋଙ୍ଗଙ୍କ ମୃତ୍ୟୁ ସନ୍ଦେହ ଆହୁରି ଦୃଢୀଭୂତ ହେଉଛି।

ୱାର୍ଲଡ ଆଣ୍ଡ ନର୍ଥଇଷ୍ଟ ଏସିଆ ପିସ୍‌ ଫୋରମ୍‌ର ଚେୟାରମ୍ୟାନ ବିଶେଷଜ୍ଞ ଜାଙ୍ଗ ସୁଙ୍ଗ ମିନ୍‌ କହିଛନ୍ତି-‘ ସେ ବିଶ୍ୱାସ କରୁଛନ୍ତି ଯେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ  ଉନ୍ ଆଉ ନାହାନ୍ତି। ସେ ଏକ ଗଣମାଧ୍ୟମର ବାର୍ତ୍ତାକୁ ଆଧାର କରି କହିଛନ୍ତି, ଏକ ସୂତ୍ରରୁ ଜଣାପଡ଼ିଛି, କିମ୍‌ ଜୋଙ୍ଗ ଏବେ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି। ତେବେ ଏହି ଖବର ସୂତ୍ରକୁ ଯେତେବେଳେ ପଚରାଗଲା ‘ କିମ୍‌ ଜୋଙ୍ଗ ମୃତ ନା ଜୀବତ, ସେତେବେଳେ ସେ ଉତ୍ତର ଦେଇଥିଲେ -‘ଆପଣଙ୍କ ଜାଣିବା ପାଇଁ ଏତିକି ଯଥେଷ୍ଟା।‘

ଏହି କଥାରୁ ଚେୟାରମ୍ୟାନ ଜାଙ୍ଗ ଅନୁମାନ କରୁଛନ୍ତି ଯେ,  କିମ୍‌ ଜୋଙ୍ଗ ହୁଏତ ଆଉ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ କିମ୍‌ ଜୋଙ୍ଗଙ୍କୁ ଉତ୍ତର କୋରିଆର ପ୍ରଶାସନିକ କାର୍ଯ୍ୟରେ ସାମିଲା ହେବାର ଦେଖିବାକୁ ମିଳିନି, ସେ ପର୍ଯ୍ୟନ୍ତ ଏହି କଥାକୁ ବିଶ୍ୱାସ କରିବାକୁ ପଡ଼ିବ।

ଅନ୍ୟପକ୍ଷେ ଏକ ଜାପାନୀ ପତ୍ରିକା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୩୬ ବର୍ଷ କିମ୍‌ ଜୋଙ୍ଗ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏବେ ଆନ୍ତର୍ଜତିକ ମିଡିଆର ନଜର ରହିଛି। ହାର୍ଟ ସର୍ଜରୀ ବିଫଳ  ହେବାରୁ କିମ୍ ଜୋଙ୍ଗଙ୍କ ଅବସ୍ଥା ଗୁରୁତର ଅଛି । ସେ ଏକ ପ୍ରକାର ବ୍ରେନ ଡେଡ ଅବସ୍ଥାରେ ଅଛନ୍ତି। କିମ୍‌ ଜୋଙ୍ଗଙ୍କର ଏପରି ଏକ ଫଟୋ ମଧ୍ୟ ସୋଶାଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରାଯାଇପାରେ।

ସୂଚନାଥାଉ କି, ଏପ୍ରିଲ ୧୫ ଠାରୁ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୫ ହେଉଛି ଉତ୍ତର କୋରିଆର ପ୍ରତିଷ୍ଠା ଦିବସ। ହେଲେ କିମ କୌଣସି ପ୍ରକାରର ସାମ୍ନାକୁ ଆସି ନଥିଲେ। ସେବେଠାରୁ ତାଙ୍କର ଦେଖା ମିଳୁନାହିଁ। ସେ ନିକଟରେ କରିଥିବା ହାର୍ଟ ସର୍ଜରୀ ଯୋଗୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏପରି କି ତାଙ୍କ ବ୍ରେନ ଡେଡ ହୋଇଥିବା ମଧ୍ୟ କିଛି ଗଣମାଧ୍ୟମ ଦାବି କରିଥିଲେ।

ଅନ୍ୟପକ୍ଷରେ ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ଏପ୍ରିଲ ୨୫ରେ କିମଙ୍କ ପାଇଁ ବଡ଼ ଦିନ ହେବ। କାରଣ ସେ ଏହି ଦିନ ସର୍ବସମ୍ମୁଖକୁ ଆସିବେ। କାରଣ ଏପ୍ରିଲ ୨୫ ହେଉଛି ଉତ୍ତର କୋରିଆ ପ୍ରତିରକ୍ଷା ବିଭାଗର ବାର୍ଷିକ ପ୍ରତିଷ୍ଠା ଦିବସ। ତେଣୁ ନିଶ୍ଚିତ ଭାବେ ସେ ଉପସ୍ଥିତ ରହିବେ ବୋଲି ସାମ୍ବାଦିକ ଜଣଙ୍କ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

You might also like