ଭାଇ ରାସ୍ତାରେ ଭଉଣୀ : ଶୀର୍ଷ ଅଧିକାରୀଙ୍କର ହତ୍ୟା କରାଇଲେ କିମ୍ ଜୋଙ୍ଗ ଉନଙ୍କ ନିର୍ଦ୍ଦୟ ଭଉଣୀ

– ଦେଶରେ ସଫାଇ ଅଭିଯାନ ଆରମ୍ଭ କରିଛନ୍ତି କିମ୍ ଜୋଙ୍ଗ ଉନଙ୍କ ଭଉଣୀ
– କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି
– ତାଙ୍କର ଏହି ଆଦେଶ,ଉତ୍ତର କୋରିଆର ଅଧିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି

ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଦିଶାରେ ଭଉଣୀ କିମ୍ ୟୋ ଜୋଙ୍ଗ୍ । ଭାଇ ପରି କ୍ରୁର, ନୃଶଂସ ଓ ନିର୍ଦ୍ଦୟ । ଦେଶରେ ଏବେ ସଫାଇ ଅଭିଯାନ ଆରମ୍ଭ କରି ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଇଛନ୍ତି । କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶରେ ଅଧିକାରୀଙ୍କର ହତ୍ୟା ହୋଇଥିବା ଜାଣିବା ପରେ ଉତ୍ତର କୋରିଆର ଅନ୍ୟ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୌଣସି ବି ମୁହୂର୍ତ୍ତରେ ତାଙ୍କର ମୃତ୍ୟୁର ଫରମାନ୍ ଆସିପାରେ ଚିନ୍ତାକରି ଭୟ ଭିତରେ ଜୀବନ କାଟୁଛନ୍ତି । ସରକାରୀ ସଂସ୍ଥାରେ ସ୍ୱଚ୍ଛତା ଆଣିବାକୁ କିମ୍ ୟୋ ଜୋଙ୍ଗ ଅନେକ ଅଧିକାରୀଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ଶୁଣିବାକୁ ମିଳୁଛି ।

ପ୍ୟୋଙ୍ଗୟାଙ୍ଗରେ ଜଣେ ବରିଷ୍ଠ ଅଧିକାରୀଙ୍କ ହତ୍ୟା ଖବର ଏବେ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କେଉଁ ଅଧିକାରୀଙ୍କୁ ହତ୍ୟା କରାଯାଇଛି ତାହା ଜଣାନାହିଁ ବୋଲି କହିଛନ୍ତି ରେଡିଓ ଫ୍ରି ଏସିଆରେ ରିପୋର୍ଟ ପ୍ରଦାନ କରିଥିବା ଦୁଇ ଉତ୍ତର କୋରିଆର ଅଧିକାରୀ । କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି କେବଳ ସୂଚନା ରହିଛି ।

ସୂତ୍ର ଅନୁସାରେ ଗତ ବର୍ଷ ନଭେମ୍ବର ମାସରେ ସୁନାର ଚୋରା ଚାଲାଣ ସମ୍ପର୍କରେ ସେଣ୍ଟ୍ରାଲ ପାର୍ଟିକୁ ସୂଚନା ମିଳିଥିଲା । ଏହା ପରେ ଡିସେମ୍ବର ମାସରେ ଦେଶର ବର୍ଡର ସିକ୍ୟୁରିଟି କମାଣ୍ଡରର ମୋଟ ୧୦ ସୁରକ୍ଷା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ବ୍ୟତୀତ ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ଦଳକୁ ଚ୍ୟାଲେଞ୍ଜ କରୁଥିବା କିଛି ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି କିମ ୟୋ ଜୋଙ୍ଗ ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା ଭଉଣୀକୁ ସହିପାରୁ ନାହାନ୍ତି ଅବିଶ୍ୱାସୀ କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ । ଭଉଣୀର ଲୋକପ୍ରିୟତା ସହି ପାରୁନାହାନ୍ତି କ୍ରୁର ଶାସକ । ଘର, ପରିବାର ଲୋକ, ବିଶ୍ୱସ୍ତ ଲୋକ କାହା ଉପରେ ତାଙ୍କର ଭରସା ନାହିଁ। ସରକାରଙ୍କ ପ୍ରତି ବିଶ୍ଵସ୍ଥ ରହିବା ଓ କୌଣସି କଥାର ବିରୋଧ ନ କରିବା ତାଙ୍କ ଶାସନର ମୂଳ ମନ୍ତ୍ର । କିମ୍ ଜୋଙ୍ଗ ଉନଙ୍କ ଅସୁସ୍ଥତା କାରଣରୁ ତାଙ୍କ ସ୍ଥାନରେ ଦେଶ ସମ୍ଭାଳୁଥିଲେ ଭଉଣୀ କିମ୍ ୟୋ ଜଙ୍ଗ । ତାଙ୍କ ଅନୁପସ୍ଥିତିରେ ଦେଶର ପ୍ରଗତିକୁ ଗୁରୁତ୍ୱ ଦେଉଦେଉଥିବାରୁ ଆଉ ଭଉଣୀଙ୍କୁ ବିଶ୍ୱାସ କରୁନାହାନ୍ତି। ଧୀରେ ଧୀରେ ଭଉଣୀର ଲୋକପ୍ରିୟତା ବଢ଼ୁଥିବା ଦେଖି ଶାସନରେ ତାଙ୍କ ଗୁରୁତ୍ୱ ହ୍ରାସ ପାଇଁ ଅନେକ ଗୁରୁଦାୟିତ୍ୱ ତାଙ୍କ ଠାରୁ କାଢ଼ି ନେଇଥିବା ଖବର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଇଥିଲା ।

You might also like