ସବୁ ଚର୍ଚ୍ଚାର ଅବସାନ ଘଟାଇ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ

ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ‌ ଉନ୍‌ଙ୍କୁ ନେଇ ସୃଷ୍ଟି ହୋଇଥିବା ଅନେକ ଦ୍ୱନ୍ଦ୍ୱ ଓ ସସ୍‌ପେନ୍ସରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ତା’ର ଅବସାନ ଘଟାଇ ଶେଷରେ କିମ୍‌ ସର୍ବ ସମ୍ମୁଖକୁ ଆସିଛନ୍ତି।

ନିକଟରେ ଏକ ସାର କାରଖାନାର ଉଦ୍‌ଘାଟନୀ ଉତ୍ସବରେ ସେ ରିବନ୍‌ କାଟିବା ନେଇ କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍ସି(KCNA) ଶନିବାର ସୂଚନା ଦେଇଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟ ସନ୍‌‌ଚୋନ୍‌ ସ୍ଥିତ ଏକ ସାର କାରଖାନାର ଉଦ୍‌ଘାଟନୀ ଉତ୍ସବରେ କିମ୍‌ ଯୋଗ ଦେଇ ରିବନ୍‌ କାଟୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁସବୁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ଏପରିକି ତାଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ ଗୁଜବ ଖବର ପ୍ରଚାର ହୋଇଥିଲା। ଶେଷରେ ତିନି ସପ୍ତାହ ପରେ ଅର୍ଥାତ୍‌ ୨୧ ଦିନ ପରେ ସେ ସର୍ବ ସମ୍ମୁଖକୁ ଆସିଛନ୍ତି।

ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ କିମ୍‌ ଜୋଙ୍ଗ, ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ଜନ୍ମଦିନ ଭୋଜିରେ ଯୋଗଦେଇ ନ ଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏପ୍ରିଲ ୧୧ରେ କିମ୍‌ଙ୍କ ଅଧ୍ୟକ୍ଷତାରେ ଏକ ମିଟିଂ ହୋଇଥିଲା ବୋଲି ଉତ୍ତର କୋରିଆର ଗଣମାଧ୍ୟମ ଶେଷଥର ପାଇଁ ରିପୋର୍ଟ କରିଥିଲା।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like