ପୁଣି କୋମାରେ ଉତ୍ତର କୋରିଆ ମୁଖ୍ୟ କିମ୍ ଜୋଙ୍ଗ ଉନ୍ ?
ନୂଆଦିଲ୍ଲୀ: ଉତ୍ତର କୋରିଆ ମୁଖ୍ୟ କିମ୍ ଜୋଙ୍ଗ ଉନ୍(Kim Jong-un)ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଥିବା ଶୁଣିବାକୁ ମିଳିଛି। ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତିଙ୍କର ଜଣେ ସହାୟକ ଚାଙ୍ଗ ସଙ୍ଗ-ମିନ୍ ଏ ନେଇ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି, କିମ୍ ଜୋଙ୍ଗ କୋମାରେ ଅଛନ୍ତି ଏବଂ ସେଥିପାଇଁ ତାଙ୍କର ଭଉଣୀ କିମ୍ ୟୋ-ଜୋଙ୍ଗଙ୍କୁ କ୍ଷମତା ଦିଆଯାଇଛି।
ସାଉଥ୍ କୋରିଆ ମିଡିଆକୁ ଏକ ସାକ୍ଷାତ ଦେଇ ଏ ଚାଙ୍ଗ କହିଛନ୍ତି, ସେ କୋମାରେ ଅଛନ୍ତି। ତାଙ୍କ ପରେ କିଏ କ୍ଷମତା ସମ୍ଭାଳିବ ତାହା ସ୍ଥିର ହୋଇନାହିଁ । ତେବେ ସେ ସୁସ୍ଥ ହେବା ପର୍ଯ୍ୟନ୍ତ କିମ୍ ୟୋ-ଜୋଙ୍ଗ କ୍ଷମତାରେ ରହିବେ।
ଚାଙ୍ଗ କହିଛନ୍ତି, କିମ୍ ଜୋଙ୍ଗ ଶଯ୍ୟାଶାୟୀ ଅଛନ୍ତି ଏବଂ ଶାସନ ଭାର ସମ୍ଭାଳିବାକୁ ସେ ଅକ୍ଷମ। ଏହି ଖବର ଚାଇନାର ଏକ ସୂତ୍ରରୁ ପାଇଥିବା ଚାଙ୍ଗ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଚଳିତମାସରେ ଉତ୍ତର କୋରିଆ ମିଡିଆ ଜାରି କରିଥିବା କିମ୍ ଜୋଙ୍ଗଙ୍କ ଫଟୋ ଫେକ୍ ଅଟେ।
ପୂର୍ବରୁ ଦକ୍ଷିଣ କୋରିଆର ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ କୁହାଯାଇଥିଲା, କିମ୍ ଜୋଙ୍ଗଙ୍କ ଭଉଣୀ କିମ୍ ୟୋ-ଜୋଙ୍ଗ ତାଙ୍କର ସହାୟକ ଭାବେ କରୁଛନ୍ତି । କିନ୍ତୁ ସେ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇନାହଁ ।