କିମ୍‌ ଜୋଙ୍ଗ କେଉଁଠି ଓ କିପରି ଅଛନ୍ତି ? ତଥ୍ୟ ରଖିଲା ଦକ୍ଷିଣ କୋରିଆ

ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖା ଦେଇଛି। ଭିନ୍ନ ଭିନ୍ନ ମିଡିଆରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଚାଇନାର ଏକ ଗଣମାଧ୍ୟମରେ କିମ୍ ଜୋଙ୍ଗଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ  କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଚୀନ ଡାକ୍ତରୀ ଟିମ୍‌ ପଠାଉଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି।

ତେବେ କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଖବରକୁ ଦକ୍ଷିଣ କୋରିଆ ଖଣ୍ଡନ କରି ଆସୁଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ Foreign Policy Advisor ଚୁଙ୍ଗ-ଇନ-ମୁନ୍‌ କହିଛନ୍ତି ଯେ କିମ୍‌ ଜୋଙ୍ଗ ବଞ୍ଚିଛନ୍ତି ଏବଂ ସୁସ୍ଥ ଅଛନ୍ତି। ସିଏନଏନ ରିପୋର୍ଟ ଅନୁଯାୟୀ, ମୁନ୍‌ କହିଛନ୍ତି, କିମ୍‌ଙ୍କୁ ନେଇ ସରକାରୀ ସୂଚନା କିଛି ନାହିଁ। ତେବ କିମ୍‌ ଜୋଙ୍ଗ ବଞ୍ଚିଛନ୍ତି ଏବଂ ସୁସ୍ଥ ଅଛନ୍ତି। ୧୩ ଏପ୍ରିଲରୁ ସେ ଦେଶର ବୋନସନ ଅଞ୍ଚଳରେ ରହୁଛନ୍ତି। ଫକ୍ସ ନ୍ୟୁଜକୁ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିନି।

ଅନ୍ୟପକ୍ଷେ ଉତ୍ତର କୋରିଆର ସରକାରୀ ଖବରକାଗଜ ରୋଡଙ୍ଗ(Rodonga)ରେ କିମ୍‌ ଜୋଙ୍ଗଙ୍କୁ ନେଇ ଏକ ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଯେଉଁମାନେ ସମଜିୟୋନ ସହର ସିଫ୍ଟ କାମ କରୁଛନ୍ତି ସେମାନଙ୍କୁ କିମ୍ ଜୋଙ୍ଗ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ଏଠି କହି ରଖିବୁ, କିମ୍‌ ଜୋଙ୍ଗ ଉପରେ ପ୍ରଥମ ଥର ପାଇଁ ଏପରି ଖବର ପ୍ରକାଶ ପାଉ ନାହିଁ। ଯେବେଠୁ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି ସେବେଠୁ କିମ୍‌ଙ୍କ କାର୍ଯ୍ୟକଳାପକୁ ନେଇ ଖବର ପ୍ରକାଶ ପାଇ ଆସୁଛି।

ସୂଚନା ଥାଉ କି, ଅନ୍ତିମଥର ପାଇଁ ଉତ୍ତର କୋରିଆ ବାସୀ ଏପ୍ରିଲ ୧୫ରେ କିମଙ୍କୁ ତାଙ୍କ ଜେଜେ ବାପା ତଥା କିମ୍ ସୁଙ୍ଗଙ୍କ ଜୟନ୍ତୀରେ ଦେଖିବାକୁ ପାଇଥିଲେ। ଉତ୍ତର କୋରିଆର ପ୍ରତିଷ୍ଠାତା ହେଉଛନ୍ତି କିମ୍ ସୁଙ୍ଗ୍। ୨୦୧୧ରେ କିମ୍ ଜଙ୍ଗଙ୍କ ବାପାଙ୍କ ଦେହାନ୍ତ ପରେ ସେ ଏହି ଜୟନ୍ତୀରେ ଯୋଗ ଦେଇ ଆସୁଛନ୍ତି। ଉତ୍ତର କୋରିଆ ଏହି ଏପ୍ରିଲ ୧୫କୁ ଉତ୍ସବ ଭାବେ ପାଳନ କରେ।

ଶନିବାର (ଏପ୍ରିଲ ୨୫) ଉତ୍ତର କୋରିଆରେ ସେନାର ପ୍ରତିଷ୍ଠା ଦିବସ ଥିଲା। ଏହି ଅବସରରେ ବି କିମ ଅନୁପସ୍ଥିତ ଥିଲେ। ଏହାପରେ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ସସପେନ୍ସ ଆରମ୍ଭ ହୋଇଛି। ଉତ୍ତର କୋରିଆ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନିରବ ରହିଛି, ହେଲେ ଉତ୍ତର କୋରିଆର ସୋଶାଲ ମିଡିଆରୁ ଜଣାପଡ଼ିଛି ଯେ କିମଙ୍କର ଅପରେସନ ହୋଇଥିଲା। ଏବେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି।

ଦକ୍ଷିଣ କୋରିଆର ‘ଡେଲି ଏନକେ’ ଓ୍ୱେବସାଇଟର ରିପୋର୍ଟ ଅନୁଯାୟୀ, କିମ ଏପ୍ରିଲ ୧୨ ରେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ଅପରେସନ ହୋଇଛି। ସେ ଏବେ ସୁସ୍ଥ ହେଉଛନ୍ତି। ଉତ୍ତର କୋରିଆର ଜଣେ ବ୍ୟକ୍ତି ନାମ ଗୋପନ ରଖି ଏହି ଖବର ଦେଇଛି ବୋଲି ‘ଡେଲି ଏନକେ’ କହିଛି।

ରି କିମ ଏକ ବେଡରେ ଶୋଇଥିବାର ଏକ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଏଡ଼ିଟ ଫଟୋ ବୋଲି ଜଣାପଡ଼ିଛି। ୨୦୧୧ରେ କିମଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ସେହି ଫଟୋରେ କିମଙ୍କ ମୁହଁ ଓ ଶରୀରକୁ ଯୋଡ଼ା ଯାଇ ଏହି ଫଟୋ ଭାଇରାଲ କରାଯାଇଛି ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷେ ଚାଇନାରେ ପରିଚାଳିତ ଏକ ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ଅଳ୍ପଦିନ ତଳେ କହିଥିଲେ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଛନ୍ତି। ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ଏହି ଖବର ପ୍ରଚାର ହେବା ପରେ ମଧ୍ୟ ଚାଇନା ସରକାର କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଉତ୍ତର ରଖିନାହାନ୍ତି। ବରଂ କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସରକାର ଏକ ମେଡିକାଲ ଟିମ ଉତ୍ତର କୋରିଆ ପଠାଇଛନ୍ତି।

 

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like