ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ବେଙ୍ଗାଲୁରୁ: କରୋନା ଭାଇରସ୍ ଯୋଗୁ ହୋଇଥିବା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଜୁନ୍ ମାସରେ ସ୍ୱାମୀ ବିବେକାନନ୍ଦ ୟୁଥ୍ ମୁଭମେଣ୍ଟ୍ (ଏସଭିୱାଇଏମ୍) ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟର ୧୫୭୨ ଛାତ୍ର, ୪୫୨ ଶିକ୍ଷକ ଓ ୭୭୦ ମାତାପିତା ଭାଗ ନେଇଥିଲେ। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଦିନ ମଜୁରିଆ କାମ କରୁଥିବା ଅଧିକାଂଶ ଛାତ୍ର ହାଇସ୍କୁଲରେ ପାଠ ପଢ଼ୁଛନ୍ତି।

ଲକଡାଉନ୍ କାରଣରୁ ମାର୍ଚ୍ଚ ମାସଠାରୁ ସମସ୍ତ ଶିକ୍ଷାଗତ ଗତିବିଧି ବନ୍ଦ ରହିଛି। ଲକଡାଉନ୍ ସମୟରେ ଛାତ୍ରମାନଙ୍କର ସ୍ଥିତି କ’ଣ ଥିଲା ଏବଂ ସେମାନେ କ’ଣ କରୁଥିଲେ, ତାହା ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ବିଶେଷକରି ବେଙ୍ଗାଲୁରୁ, ଧାରୱାଡ ଓ ମହୀଶୂର ଜିଲ୍ଲାରେ କରାଯାଇଥିଲା। ତେବେ ବଡ଼ କଥା ହେଉଛି ତିନୋଟି ଯାକ ଜିଲ୍ଲା ହିଁ କର୍ଣ୍ଣାଟକର ମୁଖ୍ୟ କେନ୍ଦ୍ରସ୍ଥଳୀ। ଏପରିକି ବେଙ୍ଗାଲୁରୁ ତ ରାଜ୍ୟର ରାଜଧାନୀ।

ଧାରୱାଡରେ ୨୩ ଓ ମହୀଶୂରରେ ୧୫ ପ୍ରତିଶତ ମାତାପିତା କହିଛନ୍ତି, ଲକଡାଉନ୍ ସମୟରେ ସେମାନଙ୍କର ପିଲା ମଜୁରୀ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ବେଙ୍ଗାଲୁରୁରେ ଏହାର ପ୍ରତିଶତ (୭) ଅପେକ୍ଷାକୃତ କମ୍ ରହିଛି। ସ୍କୁଲ ପୁନର୍ବାର ଖୋଲୁ ବୋଲି ପ୍ରାୟ ୬୦ପ୍ରତିଶତରୁ ଅଧିକ ମାତାପିତା ଚାହୁଁନାହାନ୍ତି, କାରଣ ସେମାନଙ୍କ ଭିତରେ ଏବେବି କରୋନା ଭୟ ରହିଛି।

ଅନ୍ୟପକ୍ଷରେ କରୋନା ଭ୍ୟାକସିନ୍ ବାହାରିବା ପରେ ସ୍କୁଲ୍ ଖୋଲାଯିବା ଦରକାର ବୋଲି ୫୫ ପ୍ରତିଶତ ଛାତ୍ର ମତ ଦେଇଛନ୍ତି। ତେବେ ୪୫ ପ୍ରତିଶତ ଛାତ୍ର ପୁନର୍ବାର ସ୍କୁଲ୍ ଖୋଲିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସର୍ଭେରେ ଆଉ କିଛି ପ୍ରଶ୍ନ ଛାତ୍ର, ଶିକ୍ଷକ ଓ ମାତାପିତାଙ୍କୁ ପଚରାଯାଇଥିଲା ଏବଂ ଏହି ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଅନଲାଇନ୍ ଅଧ୍ୟୟନଠାରୁ ଚାକିରି ଜନିତ ପାଠପଢ଼ା ସମ୍ବନ୍ଧିତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

ଭୂସ୍ଖଳନ: ମାଟି ଅତଡ଼ା ତଳୁ ୬ ମାସ ଶିଶୁର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶାହ ସୁସ୍ଥ ବୋଲି କହି ଟ୍ୱିଟ୍ କଲେ ମନୋଜ ତିୱାରୀ, ପରେ ଡିଲିଟ୍ କରିଦେଲେ

ସାବଧାନ! ମାସ୍କ ବଦଳରେ ରୁମାଲ ବାନ୍ଧିଲେ ଗଣିବେ ତଣ୍ଡ

You might also like