୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ

ଗାଜିଆବାଦ: ୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ। ଗାଜିଆବାଦ ସିଆନି ଗେଟ୍‌ ଅଞ୍ଚଳର ପୋଶ୍‌ ସୋସାଇଟିରେ ଏହି ଦୁଃଖଦ ଘଟଣା ଘଟିଛି। ଫ୍ଲାଟ୍‌ର ୧୪ ମହଲାରେ ବାପାମା’ଙ୍କ ସହ ରହୁଥିବା ଏହି ଛୁଆଟି ବାଲ୍‌କୋନିର ତଳକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିବା ନଭନୀତ କୁମାର ନାମକ ଜଣେ ବ୍ୟକ୍ତି ପରିବାର ସହ କଲୋନୀର ୧୪ ମହଲାରେ ରୁହନ୍ତି। କିଛି କାମରେ ସେ ସନ୍ଧ୍ୟାରେ ସେ ସ୍ତ୍ରୀଙ୍କ ସହ ମାର୍କେଟ୍‌ ଯାଇଥିଲେ। ଏହି ସମୟରେ ତାଙ୍କର ୪ ବର୍ଷର ପୁଅ ଘରେ ଏକାକୀ ଥିଲେ। ଛୁଆଟି ଘରର ବାଲ୍‌କୋନିରେ ଷ୍ଟୁଲ୍‌ ପକାଇ ବାପାମା’ଙ୍କ ଫେରିବା ବାଟକୁ ଚାହିଁଥିଲା। ଏହି ସମୟରେ ଛୁଆଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା।

ଗୁରତର ଅବସ୍ଥାରେ ସ୍ଥାନୀୟ ଲୋକେ ଛୁଆଟିକୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଥିଲେ।

ଘରର ବାଲ୍‌କୋନିରେ ୨ଟି ଷ୍ଟୁଲ୍‌ ମିଳିଥିବା ପୋଲିସ୍‌ ସୂଚନା ଦେଇଛି। ଷ୍ଟୁଲ୍‌ ଉପରେ ଛିଡ଼ା ହୋଇ ବାପାମା’ଙ୍କ ଫେରିବା ବାଟକୁ ଚାହିଁଥିବାବେଳେ ଏହି ଦୁଃଖଦ ଘଟଣା ଘଟିଥିବା ପୋଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

You might also like